ତୁମେ ଅମୃତ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• କୋଟି ବ୍ରହ୍ମାଣ୍ଡର ନାଥ ହେ
•         ପଦ୍ମ ଡୋଳା ପଦ୍ମ ନେତ୍ର   ।।
•
• ଏ ବିଶ୍ୱ ବ୍ରହ୍ମାଣ୍ଡ ସଜାଇ ଦେଇଛ ରୁଚିରେ 
• ସଚରାଚର ତୁମର ପରିଚାର
•                  ରଞ୍ଜାଇ ଦେଇଛ ମହୀରେ
• ତୋପରି ସାମନ୍ତ ନାହିଁ କାହିଁ ତୁମେ
•     ଅମୃତ ଚିର ଶାଶ୍ଵତ
• ହେ ବିଚିତ୍ର ବିଶ୍ଵକର୍ମା  କୋଟି ବ୍ରହ୍ମାଣ୍ଡ ର ନାଥ ହେ   ।।
•
• ଉଦ୍ଭାସିତ ମହୀ ଅଦ୍ୱିତୀୟ ଦ୍ଵୀତ୍ତି ଚିତ୍ର ରେ 
• ଚିତ୍ରିତ କରିଲ ବିଶ୍ଵ ଚିନ୍ତାମଣି 
•                  ସୁଧାମୟ ମଧୁରତା ରେ
• ସେ ମଧୁ ପରଶେ ଆହା କି ସରସେ   
•          ମଧୁମୟ କଲ ଜଗତ
• ହେ ବିଚିତ୍ର କର୍ମା କୋଟି ବ୍ରହ୍ମାଣ୍ଡ ର ନାଥ ହେ   ।।
•
• ଉଲ୍ଲସିତ ଧରା,ଗଗନ,ପବନ ଚଞ୍ଚଳେ
• ଚଳମାନ ବିନ୍ଦୁ ଠାରୁ ସିଦ୍ଧୁ,ବନ,
•         କିଟ,ପତଙ୍ଗାଦି ସକଳେ
• ଦେହଧରି ଭ୍ରମେ ତୁମରି ଉତ୍ସରେ
•     ହୋଇ ପରା ଉତ୍ସାହିତ
• ହେ ବିଚିତ୍ର କର୍ମା କୋଟି ବ୍ରହ୍ମାଣ୍ଡ ର ନାଥ ହେ  ।। 
•
• ମହାବାହୁ ବାହୁ ପ୍ରସାରି ଦେଇଛ ସଂସାରେ
• ସେହି  ମହାବାହୁ ଉହାଡେ ଆଶ୍ରୟ
•          ଦିଅ ଡାକେ ବସି ଅଦୂରେ
• ଆଶ୍ରୟ ଦିଅହେ ଆରତୀ ପ୍ରଫୁଲ୍ଲ
• ଶୁଣି ଘେନି ଦୀନ ଆରତ
ହେ ବିଚିତ୍ର କର୍ମା କୋଟି ବ୍ରହ୍ମାଣ୍ଡ ର ନାଥ ହେ  ।।

Post a Comment

0Comments
Post a Comment (0)