
ତପନ ତାପ ତାପେ ଦହନ ସମ. ୦.
ଜୀବ ଜିବନ ବିନେ ଜୀବନ ହାରେ
ପଥିକ ପଥେ କ୍ଲାନ୍ତ ପଥଶ୍ରମରେ. ୧.
ଜଳ ଆକୁଳ ଜୀବକୂଳ ସକଳ
ପଲ୍ଲବ ପଲ୍ଲବିତ ବୃକ୍ଷେ କୋମଳ. ୨.
ଜଳାଶୟ ରେ ଜଳ ବିନା ଜଳଜ
ଶୁଖିଲା ପଙ୍କେ ଶୁଖି ଶୁଖେ ତା ତେଜ. ୩.
ପରିଶ୍ରମ ରେ ଶ୍ରମଝାଳ ଶ୍ରବଇ
ବିଷମ ଗ୍ରୀଷମ ର ସମ କେ ନାହିଁ. ୪.
ସୁଖ ଶିଖାଏ ସୁଖି ସୁଖ ଜଂନ୍ତ୍ରଣା
ଗରମେ ଗର ଗର ବିଦ୍ୟୁତ ବିନା. ୫.
ଝାଞ୍ଜି ପବନ ବହେ ଝଞ୍ଜା ବୈଶାଖେ
ପ୍ରାକୃତିକ ଏ କୃତି ପ୍ରକୃତି ମୁଖେ. ୬.
ଜଗତେ ଗତାଗତେ ହୁଏ ବ୍ୟାଘାତ
ଘଡ଼ି କି ଘଡ଼ି ଘଡ଼ି ନୀରେ ଆସକ୍ତ. ୭.
ବିଛଣା ବିଛାଇଣ ବିଞ୍ଛଣା ଧରି
ଛିଞ୍ଚା ନୀର ଛିଞ୍ଚନେ ତୃଷା କି ତରି. ୮.
ଗ୍ରୀଷମ ସମ କିବା ସମାନ କେହି,
ସପତ ଶିତଳିତେ ଶୀତଳ ଦେହି. ୯.
ଜଳ ଜାତୀୟ, ଜଳ, ଜଳ ପଦାର୍ଥ,
ଗ୍ରୀଷ୍ମେ ତୃଷା ନିବାରେ ହୋଇ ତୃଷାର୍ତ୍ତ. ୧୦.
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
9124049129
