
କାହାରିକୁ ମୋର ନଜର ନାହିଁ
ଯେତେକଷ୍ଟ ମୋତେ ଦେଲା ଏ ମଣିଷ
ତଥାପି ମୁଁ ତାକୁ ଭୁଲିବି ନାହିଁ ।।
ଭାଙ୍ଗୁଛି ହାଣୁଛି ତାଇଛାରେ ମୋତେ
ସଜାଉଛି କେତେ ନୂଆ ଢଙ୍ଗରେ
ମନ ଇଛା କରି ପ୍ରହାର କରୁଛି
ପଡିଯିବି କାଳେ କାହା ପ୍ରେମରେ ।।
ଅବୁଝା ମଣିଷ ବୁଝୁନି ସେ ଆଜି
ଦେଉଛି ମୋତେ ସେ କେତେ ଦୋଷ
ଦୋଷ ନାହିଁ ମୋର ସବୁ ମଣିଷର
ଦେଖୁ ଦେଖୁ ଯାଏ ତା'ର ବୟସ ।।
ହମ୍ପସ୍ କରୁଛି ନିଦରେ ଚାଲୁଛି
ରାଜନୀତି ଅବା ସେ ମଦ୍ଯପାନ
ଅନ୍ଯ ମନସ୍କରେ ଅନାଏ ନାରୀକୁ
ନିରେଖି ଦେଖେ ତା ପିନ୍ଧା ବସନ ।।
ଘଟିଲା ଘଟଣା ପାଇଲା ଯନ୍ତ୍ରଣା
ଦୁଃଖ ଦେଇଗଲା ସେ ସମସ୍ତଙ୍କୁ
ଅଟଇ ମୁଁ ରାସ୍ତା ସେ ଥିଲା ପଥିକ
କେବେବି ଦେଇନି ଦୋଷ ମୁଁ ତାଙ୍କୁ ।।
ସବୁ ଦୋଷ କହି ମୋତେ ନିନ୍ଦୁଛନ୍ତି
କିଏ ସେ ନିଜର ହେବଯେ ମୋର
ତେଣୁ କୁହ ଭାଇ କାଳିଆକୁ ଚାହିଁ
କର୍ମ ଅନୁସାରେ ଦୋଷ କାହାର ।।
ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦
