
ମୋ ପ୍ରେମ ଡଙ୍ଗାକୁ ଭସେଇ ଥିଲିମୁଁ
ଆଶା ବୈତରଣୀ ଧାରେପାଇଥିଲି ସେଇ ଛୋଟିଆ ଆହୁଲା
ତୁମ ପ୍ରତିଶ୍ରୁତି ଥରେ ।
ସହି ଯାଇଥିଲି ସମୟ ଚକର
ଯେତେ ସବୁ ଝଡ ଝଞ୍ଜା
ଭାବିଥିଲି ମନେ ତୁମରି ସାଥୀରେ
ମୋ ଜୀବନ ହେବ ଖଞ୍ଜା ।
ତୁମପାଶେ ଯିବା ତୁମକୁ ପାଇବା
ରହିଗଲା ସପନରେ
ମୋ ପ୍ରେମ ଡଙ୍ଗାକୁ ଭସେଇ ଥିଲିମୁଁ
ଆଶା ବୈତରଣୀ ଧାରେ ।
ହଜାଇଲ ତୁମେ ପ୍ରୀତିର ଆହୁଲା
ହଜିଲା ବିଶ୍ୱାସ କାତ
ତୁମେ ଚାଲିଗଲ ନୂଆ ନଉକାରେ
ଛାଡ଼ିଦେଇ ମୋର ହାତ ।
ଗଭୀର ଜଳର ଦୁଃଖ ଭଉଁରୀ ରେ
ପଡିମୁଁ ତୁମକୁ ଝୁରେ
ମୋ ପ୍ରେମ ନଉକା ଭସେଇ ଥିଲିମୁଁ
ଆଶା ବୈତରଣୀ ଧାରେ ।
Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: May 27, 2019
