ସଖି ଗୋ - ଶିବ ଚରଣ ମହାପାତ୍ର

0
ସଖି ଗୋ ...
ତୁମେ ନାରୀ ନୁହେଁ ବାସ୍ନା ଭରା ମୁହୂର୍ତ୍ତ ଟେ
ଯିଏ କ୍ଷଣିକେ ହସାଏ
କ୍ଷଣିକେ ଜଳାଏ
ପୁଣି କ୍ଷଣିକେ କନ୍ଦାଏ..
ତୁମ କଜଳ ପିନ୍ଧା କଳଙ୍କିତ ଆଖି
ବୃଥା ଅହମିକା ର ପରଦା ଢାଙ୍କି
ଗଳି ରୁ ଗଡ ଯାଏଁ
ରଙ୍ଗୀନ ସ୍ଵପ୍ନ ର ନିଆଁ ଜାଲ ବୁଣୁଥାଏ..
ମୁଁ ଦେଖେ.. ଅଣଦେଖା କରି..
ତୁମ ରକ୍ତିମ ଅଧର ବିଶ୍ୱାସ କିରଣ ସାଜି
ବାରମ୍ବାର
ବିଷ ଓଗାଳୁଥାଏ..
ହୃଦୟ କାନ୍ଦିଉଠେ ନୂଆ ରାହା ଧରି..
ଛୋଟ ପିଲା ପରି..
ଆଉ ମନ ନିଶାସକ୍ତ ଥାଏ..
ବୁଡେଇରଖି
ତୁମ ଛଳନା ଭରା ପ୍ରେମ ର ମିଛ ଭଉଁରି..
ସଖି ଗୋ..
ତୁମେ ସେ ଶୁଭ ଲଗ୍ନ ର ମାହେନ୍ଦ୍ର-ବେଳା..
ଯିଏ..
ଥରେ ମନ ଖୋଲି ଧାଇଁ ଆସେ..
ହସି ହସି ପାଖରେ ବସେ..
ଖୁବ୍ ଗପେ..
ଆଉ ଥରେ ହୃଦୟ ଭାଙ୍ଗି ଚୁପ୍ ଚାପ୍  ଚାଲିଯାଏ..
ତଥାପି..
ମୁଁ କେବଳ ତୁମକୁ ହିଁ ଭଲପାଏ..
ତୁମକୁ ହିଁ ଚାହେଁ..
କାରଣ..
ତୁମ କୁହୁଡ଼ି କାକର ସ୍ପର୍ଶ ରେ
ବଉଳ ପରି ଜଳିଯିବା ର ଇଛା
ଆଜି ବି ମୁଁ
କେବଳ ତୁମ ହାତ ରେ ହିଁ ପାଏ..
ସେ ମିଠା ତୁମ ଛୁଆଁ ରେ ହିଁ ଥାଏ..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Sent from my Samsung Galaxy smartphone.

Post a Comment

0Comments
Post a Comment (0)