ନାମଟି ଯାର ଅତି ମଧୁର
ଏଇ ମୋ ବିଦ୍ୟାଳୟ,
ପଢ଼ିଛି ଯହିଁ ଆଦ୍ୟ ଅକ୍ଷର
ନଥାଏ ଯହିଁ ଭୟ ll
ବିଦ୍ୟାଳୟଟି ନୁହଇଁ ମୋର
ଝାଟିମାଟିର ଘର,
ସଭିଏଁ ଭାଇ ଭଉଣୀ ପରି
ସତେ କି ପରିବାର ll
ଗୁରୁଜୀ ଯହିଁ ପିତାଙ୍କ ସମ
ଗୁରୁମା ଯହିଁ ମାତା,
ସନ୍ତାନ ପରି ମୁହିଁ ତାଙ୍କର
ପାଏ ସ୍ନେହ ମମତା ll
ଯହିଁରେ ମାଆ ହଂସବାହିନୀ
ବରଷନ୍ତି ଆଶୀଷ,
ତାଙ୍କରି କୃପା ବଳରେ ପରା
ହୋଇବୁ ସୁମଣିଷ ll
ଜ୍ଞାନ, ଚରିତ୍ର, ଦେଶ ଭକ୍ତିର
ବିକାଶ ହୁଏ ଏଠି,
ପାଦ ଥାପିଲେ ପ୍ରଥମେ ଯହିଁ
ମିଳଇ ସୁଖ ଗୋଟି ll
ସାଧନା ସ୍ଥଳୀ ଏଇଟି ମୋର
ମୁହିଁ ସାଧକ ତାର,
ସାଧନା କରି ଟେକ ରଖିବି
ସର୍ବଦା ନାମ ତାର ll
ଶପଥ କର ଏକ କଣ୍ଠରେ
ଭାଇ ଭଉଣୀ ଗଣ,
ଜୀବନେ ଥରେ ଚେଷ୍ଟା କରିବ
ସୁଝିବାକୁ ତା ଋଣ ll
କୌଶିକ କୁମାର ହୋତା, ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର,
ମୟୁରଭଞ୍ଜ l
ହୋଇବୁ ସୁମଣିଷ ll
ଜ୍ଞାନ, ଚରିତ୍ର, ଦେଶ ଭକ୍ତିର
ବିକାଶ ହୁଏ ଏଠି,
ପାଦ ଥାପିଲେ ପ୍ରଥମେ ଯହିଁ
ମିଳଇ ସୁଖ ଗୋଟି ll
ସାଧନା ସ୍ଥଳୀ ଏଇଟି ମୋର
ମୁହିଁ ସାଧକ ତାର,
ସାଧନା କରି ଟେକ ରଖିବି
ସର୍ବଦା ନାମ ତାର ll
ଶପଥ କର ଏକ କଣ୍ଠରେ
ଭାଇ ଭଉଣୀ ଗଣ,
ଜୀବନେ ଥରେ ଚେଷ୍ଟା କରିବ
ସୁଝିବାକୁ ତା ଋଣ ll
କୌଶିକ କୁମାର ହୋତା, ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର,
ମୟୁରଭଞ୍ଜ l
