ମାତୃଦେବ ଭବ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• ସୁଧାମୟ ମଧୁମୟ
• ସେହି ଡାକ
• ତାହାର ତୁଳନା ନାହିଁ
• ସେ ନାମ ସ୍ମରିଲେ
• ତ୍ରିଭୁବନ ସୁଖ 
• ଅଚିରେ ପ୍ରାପତ ହୋଇ   ।।
•
• ଥରେ ଡାକି ଦେଲେ
• ସେ ନାମକୁ ଧରି 
• ଅନେକ ଦୁଃଖ ଜଞ୍ଜାଳ
• ଅପସରି ଯାଏ 
• ମୁହୁର୍ତ୍ତ ଭିତରେ 
• ଛୁଇଁ ନପାରଇ କାଳ  ।।
•
• ବେଦରେ ବର୍ଣ୍ଣିତ
• ପ୍ରଥମ ଶବଦ
• ସର୍ବ ଶ୍ରେଷ୍ଠ ସେହି ଶବ୍ଦ
• ସର୍ବାଗ୍ରେ ପ୍ରାଧାନ୍ୟ
• ବିସ୍ତାରି ଦେଇଛି
• ଧନ୍ୟ ମାତୃଦେବ ଭବ    ।।
•
• କିଏ ଡାକେ ମା 
• କିଏ ଡାକେ ବୋଉ
• ଅତି ଆପଣାର ଡାକ
• ତା ପବିତ୍ର ପଦ
• ରେଣୁ ସ୍ଵର୍ଗ ଧୂଳି
• ହେଉ ଥାଉ ମୋ ପ୍ରାପତ  ।।

Post a Comment

0Comments
Post a Comment (0)