ଛଳନା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ଛଳନାରେ କିଏ
    ଛନ୍ଦି ଦେଇଅଛି
ଛବିଳ ଧରଣୀ ଛବି
ଛଳ ଛଳ ନୀଳ
      ଚଳଚଞ୍ଚଳ
ଝରଣା ଗଲାଣି ହଜି    ।।
କାଳ ଛଞ୍ଚାଣ
    ଛାଇରେ ଛନକା
ଯେପରି କପୋତ ଛାତି
ଛଳନା ଛନ୍ଦେ
    ମଣିଷ ଜୀବନ
ଥରୁଅଛି ଦିନ ରାତି  ।।
ମେଘାଚ୍ଛନ୍ନ,ଧୂମ୍ର 
   ଛାଇରେ ଛନ୍ଦା
ହୋଇଛନ୍ତି ନିଶାପତି
ଚନ୍ଦ୍ରଭାନୁ ସମ 
   ଛାୟାପତି ଛବି
ଜାଳି ପୋଡି ଦିଏ ଉର୍ବୀ  ।।
   
ଗଛବୃଛ ହୀନ 
   ଅଚଳା ବିଷର୍ଣ୍ଣ
ରୂପ ଆହା ଜରାଜୀର୍ଣ୍ଣ  
ଛନ୍ଦ,କପଟ 
    ଆଛନ୍ନେ ଜୀବନ
ପଦ୍ମ ପତ୍ର ଜଳ ସମ  ।।
ଛକାପଞ୍ଝା ହିଂସା 
   ଛଳନା ନାଟକ
ଛାତିଥରା ଦୃଶ୍ୟ ମାନ
ସମାଜ ପରଦା 
    ପରେ ଆଙ୍କି ହୁଏ
ବନ୍ଧୁ, ବିଭୁ ପଦେ ରଖ ଧ୍ୟାନ  ।।

Post a Comment

0Comments
Post a Comment (0)