ବଢେଇ ଗଡେ କାଠ ସାମାନ
ପେଢି ଓ ଆଲମାରୀ
ସୁନାରୀ ଗଢେ ସୁନା ଗହଣା
ଖାଆସୁଲୁ, ପତିରି
କୁମ୍ଭାର ବୁଢ଼ା ମାଟି ଚକଟି
ଚକରେ ଗଢେ ହାଣ୍ଡି
ଚାଷୀ ଫଳାଏ ପନୀ ପାରିବା
ପୋଟଳ, ଜହ୍ନି ଭେଣ୍ଡି
କେଉଟ ମାଛ ଧରଇ ଜାଲେ
ରୋହି, ଭାକୁର, ମିର
ଭଣ୍ଡାରି ବୁଲି ଖିଅର କରେ
ଧରି କଇଁଚି, କ୍ଷୁର
ତନ୍ତ ଶାଳରେ ଠକର ଠକ
ତନ୍ତୀ ବଣଇ ଲୁଗା
ବାଉଁଶ ଚିରି ବେଦୀରି ବୁଣେ
ଟୋକେଇ କୁଣ୍ଢା ଭୋଗl
ଲୁହକୁ ପୋଡ଼ି ପିଟି ହାତୁଡ଼ି
କାମlର ଗଢି କାତି
କଂସାରୀ କଂସା ବାସନ କରେ
ହାତୁଡ଼ି ପିଟି ପିଟି
ବୃତ୍ତି ଆମର ପୋଷୁ କୁଟୁମ୍ବ
ପିଢି କୁ ପିଢ଼ି ମାତି
ବାପ ଜେଜେଙ୍କ କୂଳ ବେଉଷା
ନୂହେଁ ଏ ଆମ ଜାତି
ଆମେ ସଭିଏ ମଣିଷ ଜାତି
କର୍ମ ରେ ସିନା ଭିନ୍ନ
ଯାହାକୁ ଯାହା ଭଲ ଲାଗୁଚି
କରିବା ସେହି କାମ
କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
ମୋ 9861889305
ପେଢି ଓ ଆଲମାରୀ
ସୁନାରୀ ଗଢେ ସୁନା ଗହଣା
ଖାଆସୁଲୁ, ପତିରି
କୁମ୍ଭାର ବୁଢ଼ା ମାଟି ଚକଟି
ଚକରେ ଗଢେ ହାଣ୍ଡି
ଚାଷୀ ଫଳାଏ ପନୀ ପାରିବା
ପୋଟଳ, ଜହ୍ନି ଭେଣ୍ଡି
କେଉଟ ମାଛ ଧରଇ ଜାଲେ
ରୋହି, ଭାକୁର, ମିର
ଭଣ୍ଡାରି ବୁଲି ଖିଅର କରେ
ଧରି କଇଁଚି, କ୍ଷୁର
ତନ୍ତ ଶାଳରେ ଠକର ଠକ
ତନ୍ତୀ ବଣଇ ଲୁଗା
ବାଉଁଶ ଚିରି ବେଦୀରି ବୁଣେ
ଟୋକେଇ କୁଣ୍ଢା ଭୋଗl
ଲୁହକୁ ପୋଡ଼ି ପିଟି ହାତୁଡ଼ି
କାମlର ଗଢି କାତି
କଂସାରୀ କଂସା ବାସନ କରେ
ହାତୁଡ଼ି ପିଟି ପିଟି
ବୃତ୍ତି ଆମର ପୋଷୁ କୁଟୁମ୍ବ
ପିଢି କୁ ପିଢ଼ି ମାତି
ବାପ ଜେଜେଙ୍କ କୂଳ ବେଉଷା
ନୂହେଁ ଏ ଆମ ଜାତି
ଆମେ ସଭିଏ ମଣିଷ ଜାତି
କର୍ମ ରେ ସିନା ଭିନ୍ନ
ଯାହାକୁ ଯାହା ଭଲ ଲାଗୁଚି
କରିବା ସେହି କାମ
କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
ମୋ 9861889305
