
ତୁମେ ଉଦୟ, ତୁମେ ଅସ୍ତ
ତୁମେ ଧର୍ମ, ତୁମେ କର୍ମ ,
ତୁମେ ଜନମ, ତୁମେ ଶ୍ରେଷ୍ଠ ,,
ତୁମେ ବାୟୁ, ତୁମେ ଆୟୁ,
ତୁମେ ନୂତନ, ତୁମେ ନିତ୍ୟ
ତୁମେ ଉର୍ବୀ, ତୁମେ ଛବି,
ତୁମେ ଜୀବନ, ମାଟି ପିଣ୍ଡ ।।
ତୁମେ ସିନ୍ଧୁ, ତୁମେ ଇନ୍ଦୁ,
ତୁମେ ଗଗନ, ତାରା ବିନ୍ଦୁ
ତୁମେ ଦ୍ରୁମ, ତୁମେ ଗୁଳ୍ମ,
ତୁମେ ଶଇଳ, ତୁମେ ଶମ୍ଭୁ ,,
ତୁମେ ସୂର୍ଯ୍ୟ, ତୁମେ ବିର୍ଯ୍ୟ,
ତୁମେ ଐଶ୍ୱର୍ଯ୍ୟ, ଦୀନ ବନ୍ଧୁ
ତୁମେ ମନ, ତୁମେ ଧନ,
ତୂମେ ଜୀବନ , ପ୍ରାଣ ବିନ୍ଦୁ ।।
ତୁମେ ରୂପ, ତୁମେ ରସ,
ତୁମେ ଶବଦ ,ତୁମେ ଗନ୍ଧ
ତୁମେ ରୈ।ଦ୍ର, ତୁମେ ଭୀଷ୍ମ,
ତୁମେ ଅଦ୍ଭୁତ, ବ୍ରହ୍ମାନନ୍ଦ ,,
ତୁମେ ଗର୍ବ, ତୁମେ ମାନ ,
ତୁମେ ମନ୍ଦାକ୍ଷ, ବଳବନ୍ତ
ତୁମେ ନିଦ୍ରା, ତୁମେ ତନ୍ଦ୍ରା
ତୁମେ ଶର୍ଵରୀ, କାଳ ରାତ୍ର ।।
ତୁମେ ସ୍ଵତ୍ସ , ତୁମେ ଶୁଭ୍ର,
ତୁମେ ଶୈଶବ , ତୁମେ ସିଦ୍ଧ,
ତୁମେ ସ୍ନିଗ୍ଧ , ତୁମେ ଶାନ୍ତ ,
ତୁମେ ଶ୍ୟାମଳ , ମହାଭୂତ ,,
ତୁମେ ପ୍ରେମ , ତୁମେ ସ୍ନେହ ,
ତୁମେ ମଧୂର , ତୁମେ ମହତ୍
ତୁମେ ପ୍ରଫୁଲ୍ଲ , ତୁମେ ସୁଧୀର ,
ତୁମେ ଶର୍ଵରୀ , କାଳ ରାତ୍ର ।।
