ମନେପଡେ ଶ୍ରାବଣକୁ ଦେଖି
ଫୁଲେଇ ମେଘକୁ ବି ଇର୍ଷା ଲାଗେ ଆଜିଫେରିବାକୁ ଇଛାହୁଏ ଗାଁ ମୁଣ୍ଡ ସେହି ଦୋଛକିକୁ
ଛାଡି ଆସିଥିବା ସ୍ମୃତିକୁ
ସ୍କୁଲ ଫେରିବା ବାଟ ରେ ସାଇକେଲ ଧିମା ଗତି ର
ବେଗକୁ ମାପି ନ ଥିଲା ଢୁ ଢୁ ବର୍ଷା
କାଳେ ତୁମ ସହ ଦେଖା ହେବ ବୁଲି ଚାହୁ ଥିଲି ପଛ କୁ
ସାଙ୍ଗସାଥୀ ଭିଡ଼ରେ ଖୋଜୁ ଥିଲା ତୁମ ଆଖି ମୋତେ
ଆଜି ବି ଛୁଉଛି ଏଇ ଶ୍ରାବଣ
ଜର୍ଜରିତ ସାରା ଦେହ ଉଜାଣି ବର୍ଷାରେ
କିନ୍ତୁ ହଜିଛି ସେଇ ନିଶା ମାଦକତା ସ୍ମୃତିର ଗଣ୍ଠିଲି ଭିତରେ.....
Writer's Details: ମନ୍ଦାକିନୀ ଭୋଇ
Content Category:
Submission Date: Apr 19, 2019
