ପ୍ରେମ ମଳୟ ବୁହାଇ ଦେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ମୋ ବୈକୁଣ୍ଠ ସମାନ ଘରକୁ ମା'ଲୋ        ତୋ  ଆଶିଷେ ଭିଜେଇ ଦେ
ଅଭୟା ଅଭୟ ପଣତ କାନି ରେ        ମା'ମୋ ସଂସାର ଘୋଡେ଼ଇ ଦେ
   ଏଇ ଘରେ ଶୁଭ ଦୃଷ୍ଟି ରେ ତୋ ଶାନ୍ତି     ମଳୟ ବୁହାଇ ଦେ    ।।

ମୋ ସ୍ଵଜନ,ଜନ,ଆତ୍ମଜ,ଅନୁଜ              ଦିର୍ଘାୟୁ ତୁ କରିଦେ
ସବୁରି ମନକୁ ପ୍ରେମ ଗୀତ ସୁର              ରଙ୍ଗରେ ରଙ୍ଗେଇ ଦେ
      ପରଷ୍ପର ସ୍ନେହ ଥାଉ ନିରନ୍ତର          ସୈାର୍ଯ୍ୟ,ସୈାଭାଗ୍ୟ ଦେ    ।।

ସୁଖ ଅଇସୈର୍ଯ୍ୟ ଲୁହଝରା ଦୁଃଖ     କେବେହସେ କେବେକାନ୍ଦେ
ମା'ଲୋ ଭରଷା କରିଛି ଅଭାଗା      ନେ ମା' କୋଳେଇ ନେ
  ନକରତୁ ଛଳ ଅବୋଧ ଶିଶୁ ତୋ   ଜ୍ଞାନାଞ୍ଜନେ ରଞ୍ଜି ଦେ   ।।
ଶୂନ୍ୟେ,ବାଦଲରେ ଝଡ ପବନରେ    ବାଇଆ ବସା ମୋ ଝୁଲେ 
ସହା ଭରସା ତୁ ମୋଟିକି ବୋଇତ   ନେ ମା' ଚଲେଇ ନେ
  ଲୋଡା ନାହିଁ କିଛି ଦେବୁ ଯାହା ମାତା  ତୋ ଇଚ୍ଛା ରେ ଦେଇ ଦେ ।।

ତୋ ବିଜୟ ବୈଜୟନ୍ତି ଅବିରତ      ଉଡେ ପା' ବିଶ୍ଵ ଭୂବନେ
ମୋ ତେଲୁଣୀ ପୋକର ସଂସାର କୁ ଦେବୀ    ସମର୍ପିଲି ପାଦ ପଦ୍ମେ
  ହେଉ ମହିୟାନ ଏ ବିଶ୍ଵ ଭୂବନ  (ମୋ ଘରକୁ) ତୁ ବଇକୁଣ୍ଠ କରିଦେ  ।।

Post a Comment

0Comments
Post a Comment (0)