ଜନନୀ ଲାଭାନ୍ତ ତୃପ୍ତି - ସନ୍ତୋଷ ପଟ୍ଟନାୟକ

0
ସହାସ୍ରାଧିକରୁ  ଅଧିକ ସମୟ 
   ଲଢି ଆସୁଅଛି ଓଡିଆ ଜାତି 
ତଥାପି ବଞ୍ଚିତ ଭାରତେ ଲାଞ୍ଛିତ 
   ଆଜିବି ରହିଛି  ଓଡିଆ ସ୍ଥିତି....

ପାରଳା ନରେଶ ସାଥେ ମଧୁବାବୁ 
 ଗଢିଦେଇଗଲେ ସ୍ବତନ୍ତ୍ର ରାଜ୍ୟ 
ବିଛିନ୍ନା ଅଞ୍ଚଳ ଆଜିବି ଝୁରୁଛିି 
   ମନେ ଗୁଣିଗୁଣି ଉତ୍କଳ ସୌର୍ଜ୍ୟ....

ଗଣତନ୍ତ୍ରର ଏ ଭାରତ ବରଷେ 
   ଆଜିବି କାନ୍ଦୁଛି ଉତ୍କଳେଶ୍ବରୀ 
ବିଛିନ୍ନ ଅଞ୍ଚଳ  ଭାଷାହୀନ ଆଜି 
  ଚାପରେ ବିତୁଛି ଦୁର୍ଦ୍ଦିନ ତା'ରି....

ଦିସାହୀନ ନୀତି  କି'ହେବ ପ୍ରଗତି !
 ପାଳିଦେଇ ଖାଲି ଦିବସ ଆଜି 
ମାତୃଭୂମି ମୋହ ଶାସକ ଛାଡିଛି 
  ନିଜ ସ୍ବାର୍ଥେ ନିଜେ ଯାଇଛି ହଜି.....

ଜାଗ ଭାତୃ ଭଗ୍ନୀ ଜାଗରେ ଜନତା 
  ଜାଗ କବିକୁଳ ଜାଗରେ ତୁମେ 
ଲେଖନୀରେ ତୁମ ଅଗ୍ନି ବର୍ଷାକର 
   ଉତ୍କଳ ଜନନୀ ଯଶ ସାଧନେ....

ଅତୀତକୁ ହେଜି ବିବେକରେ ମଜ୍ଜି 
  ବୁଦ୍ଧିଜୀବି ଗଣ ଦିଅନ୍ତୁ ନୀତି 
ବିଛିନ୍ନାଞ୍ଚଳକୁ ମିଶାଇ ପାରିଲେ 
   ଜନନୀ ଲଭନ୍ତା ପରମ ଶାନ୍ତି....

       ଦେଖି ଏଇ ଆମ କୀର୍ତ୍ତି 
ଯୁଗଜନ୍ମା ଯେତେ ସରଗ ପୁରରୁ 
     ଫୁଲ ବରଷାନ୍ତେ ନିତି .....

✍ ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ ,ତିରିଡା /ଗଞ୍ଜାମ  ।

Post a Comment

0Comments
Post a Comment (0)