
ଦେଖିବାକୁ ମନ ଛନ୍ନ ଛନ୍ନ
କେତେ ସ୍ମୃତିର ପଦଚିହ୍ନ
ବିନିଦ୍ର ରଜନୀର ତାନ
ପାଖ ଗାଁ ଚନ୍ଦନ।
ଦିନ ଗଣୁଛି
କେତେ ବରଷ ପରେ
ଗାଁ ଚନ୍ଦନ ଦେଖିବି ବୋଲି
ମନ କରିଛି।
ଗୋଟିଗୋଟି ମନେପଡିଯାଏ
ସେ ଦିନର କଥା
ରାତିରେ ଚାଲି ଚାଲି ଯାଉ
ଆମ ଗାଁରୁ ପାଖ ଗାଁକୁ
ପାରିହୋଇ ବିଲ ରାସ୍ତା
ପୂର୍ଣ୍ଣମୀର ତୋଫା ଜହ୍ନ
ବାଟ କଢାଇ ନିଏ
ସାଙ୍ଗ ସାଥି ମେଳେ
ରାତି ବିତି ଯାଏ।
ପାଖେଇ ଆସୁଥାଏ
ଯାତ ପଡିଆ
ଚିକମିକ ରଂଗ ବେରଂଗ
ଆଲୁଅକୁ
ଡାକବାଜିଯନ୍ତ୍ରର ଘୋଘୋ
ଲାଗେ ସେ ସ୍ବର୍ଗ ଭଳିଆ।
ରାତି ବଢିବା ସହ
ଗହଳି ବଢୁଥାଏ
ଛୋଟ ଯାତ ପଡିଆଟି
ପୁରି ଉଠୁ ଥାଏ ।
ଗୋବିନ୍ଦ ପ୍ରସ୍ତୁତ ହେଉଥାନ୍ତି
କରିବେ ନାବ କେଳି
ବାଜା ,ଝାଞ୍ଜ ,କୁବୁଜି ମାଡେ
ପଡୁ ଥାଏ ଉଠୁ ଥାଏ ଯାତସ୍ଥଳି।
ନାନା ରଂଗ ବେରଂଗ
ପୋଷାକ ପିନ୍ଧି ଯିଏଯେମିତି
ଟହଲ ମାରୁ ଥାନ୍ତି
ଘୋଡା, ବାଘ ,ହାତି
ଭାଲୁ ରୁପ ନେଇ
ଥୋକେ ନାଚୁ ଥାନ୍ତି।
ହରି ବୋଲ ଧ୍ବନିରେ
ଉଠୁ ଥାଏ ପଡୁଥାଏ
ପୋଖରି ଚାରିପାଖେ ଶ୍ରଦ୍ଧାଳୁଙ୍କ
ଭିଡ ବଢୁ ଥାଏ।
ଗୋବିନ୍ଦ ହରସେ ଖେଳୁଥାନ୍ତି
ନାବ କେଳି
ଚନ୍ଦନ ଅଗୁର ବାସ
ମନ ନେଉଥାଏ କିଣି ।
🌹🌹🌹
ଜମ୍ବେଶ୍ବରପୁର,ବାଲେଶ୍ବର
କେତେ ସ୍ମୃତିର ପଦଚିହ୍ନ
ବିନିଦ୍ର ରଜନୀର ତାନ
ପାଖ ଗାଁ ଚନ୍ଦନ।
ଦିନ ଗଣୁଛି
କେତେ ବରଷ ପରେ
ଗାଁ ଚନ୍ଦନ ଦେଖିବି ବୋଲି
ମନ କରିଛି।
ଗୋଟିଗୋଟି ମନେପଡିଯାଏ
ସେ ଦିନର କଥା
ରାତିରେ ଚାଲି ଚାଲି ଯାଉ
ଆମ ଗାଁରୁ ପାଖ ଗାଁକୁ
ପାରିହୋଇ ବିଲ ରାସ୍ତା
ପୂର୍ଣ୍ଣମୀର ତୋଫା ଜହ୍ନ
ବାଟ କଢାଇ ନିଏ
ସାଙ୍ଗ ସାଥି ମେଳେ
ରାତି ବିତି ଯାଏ।
ପାଖେଇ ଆସୁଥାଏ
ଯାତ ପଡିଆ
ଚିକମିକ ରଂଗ ବେରଂଗ
ଆଲୁଅକୁ
ଡାକବାଜିଯନ୍ତ୍ରର ଘୋଘୋ
ଲାଗେ ସେ ସ୍ବର୍ଗ ଭଳିଆ।
ରାତି ବଢିବା ସହ
ଗହଳି ବଢୁଥାଏ
ଛୋଟ ଯାତ ପଡିଆଟି
ପୁରି ଉଠୁ ଥାଏ ।
ଗୋବିନ୍ଦ ପ୍ରସ୍ତୁତ ହେଉଥାନ୍ତି
କରିବେ ନାବ କେଳି
ବାଜା ,ଝାଞ୍ଜ ,କୁବୁଜି ମାଡେ
ପଡୁ ଥାଏ ଉଠୁ ଥାଏ ଯାତସ୍ଥଳି।
ନାନା ରଂଗ ବେରଂଗ
ପୋଷାକ ପିନ୍ଧି ଯିଏଯେମିତି
ଟହଲ ମାରୁ ଥାନ୍ତି
ଘୋଡା, ବାଘ ,ହାତି
ଭାଲୁ ରୁପ ନେଇ
ଥୋକେ ନାଚୁ ଥାନ୍ତି।
ହରି ବୋଲ ଧ୍ବନିରେ
ଉଠୁ ଥାଏ ପଡୁଥାଏ
ପୋଖରି ଚାରିପାଖେ ଶ୍ରଦ୍ଧାଳୁଙ୍କ
ଭିଡ ବଢୁ ଥାଏ।
ଗୋବିନ୍ଦ ହରସେ ଖେଳୁଥାନ୍ତି
ନାବ କେଳି
ଚନ୍ଦନ ଅଗୁର ବାସ
ମନ ନେଉଥାଏ କିଣି ।
🌹🌹🌹
ଜମ୍ବେଶ୍ବରପୁର,ବାଲେଶ୍ବର
Sent from my Samsung Galaxy smartphone.
