# # # # # #
/////////////////////////////////
ସମୟ ଖେଳୁଛି ଚକାଭଉଁରୀ ଲୋ
ଜଗତସିଂହପୁର'ରେ
ସର୍ବସାଧାରଣ ଖିରି ଖାଉଛନ୍ତି
ଅଲରାନାଥ ପୀଠରେ ।
କଳିଙ୍ଗ ଟିଭିଟା କରଇ ପ୍ରଚାର
କନ୍ଧମାଳ ହଳଦୀର
କନକ ସମ୍ବାଦ ଖଣ୍ଡପଡା ଗଡେ
ଏକୁ ଆର ବଳିଆର ।
କେନ୍ଦରାପଡାରେ କେନ୍ଦରା ବଜାଇ
ଓଟିଭି କରଇ ବାଇ
ଯାଜପୁରେ ଥାଇ ଏମବିସି ଟିଭି
ନାଚେ ଥେଇଥେଇ ଥେଇ ।
ନିଉଜ ଓ୍ଵାର୍ଲଡ ବାଲେଶ୍ବରେ ଠାରୁ
କରେ ସିଧା ପ୍ରସାରଣ
କଟକ ନଗର ଧବଳ ଟଗର
ପରଜାତନ୍ତ୍ର ମଣ୍ଡନ ।
ବାଲିକୁଦା ଏରସମାରୁ ସଂଚାର
ସଂଚରେ ବିଜୟ ଗୀତି
ଅବସର ନେଲା ଧରିତ୍ରୀ ଏସନ
ବୟସଟା ମାପକାଠି ।
ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ରଉପ୍ରା ବିଦ୍ୟାଳୟ
