
ଓ ପ୍ରିୟା...ତୁମେ ହିଁ ମୋ ପ୍ରେରଣା
ମୋ ନୀଳ ଆକାଶର ଜୋଛନା,
ସବିତା ବିନା କେବେ
ପ୍ରଭାତ ହୁଏନା...
ଆଉ ମତୁଆଲା ପ୍ରେମିକକୁ
ସୂଯ୍ୟସ୍ତ ଅଜଣା !
ହୃଦୟରେ ପ୍ରେମର ପ୍ରଥମ ଛିଟା
ସ୍ୱପ୍ନରେ ମାଡଇ ଇନ୍ଦ୍ରଧନୁର ଲତା,
କ୍ରୋଧର ବନହୀରେ
ଜୀବନ ଟଳମଳ...
ପ୍ରେମିକା ସାଜଇ ପ୍ରେରଣା ମୋହର !
ସାଥୀ ଅଟଇ ସେ ବାରମାସିଆ
ସୁଖ,ଦୁଃଖରେ ହୁଅଇ ଠିଆ,
ସୁପ୍ତ କଲମର ହୃଦୟ ବ୍ୟଥା
କଲମ ନୁହଁଇ ସେ ସତ୍ୟର ଗାଥା !
ହାଁ... ତୁମେ ହିଁ ତ ମୋ ପ୍ରେରଣା
ମୋ ନୀଳ ଆକାଶର ଜୋଛନା !!!
ଦୀର୍ଘ ଆଠ ମାସ ପରେ ହାତରେ କଲମ ଆଉ କବିତା...
ବହୁତ ବହୁତ ଖୁସି ହୃଦୟରୁ !
