
ଭେଦଭାବ ସବୁ ଭୁଲି
ଫଗୁଣ ଆଣିଛି ଫଗୁର ସମ୍ଭାର
ଖୁସିର ପସରା ମେଲି....
ମିଠା ଏ ସଂସ୍କୃତି ଲଗାଏ ପିରତୀ
ଏକ ରଜ୍ଜେ ସର୍ବେ ବନ୍ଧା
ପ୍ରିତୀ ପିଚକାରୀ ସଜଅଛି ଗୋରୀ
ଦେବି ସପ୍ତରଙ୍ଗ ଛିଟା ....
ଗାଲ ପାଇଁ ତୁମ ରଖିଛି ଯତନେ
ଗୋଲାପି ଅବିର ରଙ୍ଗ
କଳାମେଘି ସମ କେଶ ପାଇଁ ତୁମ
ରଖିଅଛି କଳା ରଙ୍ଗ....
ନୀଳ ରଙ୍ଗ ଟାକୁ ଆଖି ପାଇଁ ତୁମ
ରଖିଛି ଯତନ କରି
ହଳଦିଆ ରଙ୍ଗ ଅତି ମନୋହର
ହାତେ ତୁମ ଦେବି ଭରି ....
ଲାଲ୍ ରଙ୍ଗ ଟିକ ହୃଦୟେ ମାଖିବ
ପୁରା ହବ ସବୁ ସ୍ବପ୍ନ
ସବୁଜ ରଙ୍ଗଟା ସରସ ଜୀବନ
ଭିଜି ଭିଜେଇବା ମନ .....
ସର୍ବ ରଙ୍ଗ ସମାହାରେ ରୂପ ଚହଟିବ
ଉଛୁଳିବ ପ୍ରେମ ରଙ୍ଗ
ଆସ ପ୍ରାଣସହି ପ୍ରେମ ରଙ୍ଗେ ମଜ୍ଜି
ଅଭିମାନ ତୁମ ଭାଙ୍ଗ.....
ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ ,ତିରିଡା /ଗଞ୍ଜାମ ।
