ରଙ୍ଗର ପରବ ସ୍ନେହଁ ସୌହାର୍ଦ୍ଦ୍ୟର
ସପ୍ତରଙ୍ଗେ ରଙ୍ଗାୟିତ ,
ଏ'ଗଣ ପରବ ସଂସ୍କୃତି ବିଭବ
ଜୟମା' ଭାରତ ମାତ ! !
ବରଷକେ ଥରେ ଆସିଛି ହୋଲିରେ
ରଙ୍ଗର ପସରା ମେଲି
ଆସ କୁନା ମୁନା ଆସ ହେ' ଭାଇନା
ରାଗରୁଷା ସଵୁ ଭୁଲି ! !
ରଙ୍ଗରେ ଭିଜିବା ସରାଗେ ନାଚିବା
ସମ୍ପର୍କ ମୁରୁଜ ବୁଣି
ନୂଆ ସ୍ଵପ୍ନ ଦେଖି ହଜିଯିବା ଆଜି
ସଭିଁଙ୍କ ହୃଦୟ ଜିଣି ! !
ପୁରାଣେ ବର୍ଣ୍ଣିତ ରଙ୍ଗପର୍ବ ସତ
ଦ୍ଵାପର ଯୁଗର ଚିତ୍ର
ଗୋପ ଗୋପାଙ୍ଗନା ରାଧାକୃଷ୍ଣଲୀଳା
ପ୍ରେମ ରସାୟନମୃତ ! !
ରାଧାକୃଷ୍ଣ ଯୋଡି ଯୁଗଳ ମୂରତି
ବୋଳି ହେଉ ଥିଲେ ରଙ୍ଗ
ପ୍ରେମର ବାରତା ପ୍ରଭୁଙ୍କ ସଦିଚ୍ଛା
ଭାବ ବନ୍ଧନର ଦିଗ ! !
ଏ'ଫଗୁଣ ଅବିର ପ୍ରୀତି ବସନ୍ତର
ସ୍ନେହଁ ପ୍ରେମେ ସନ୍ନିହିତ
ହେ'ତରୁଣ ତରୁଣୀ ପ୍ରେମ ନିର୍ଝରିଣୀ
ହୃଦୟର ସାଜ ମିତ ! !
ନବ ପଲ୍ଲବୀତ ପ୍ରେମଦ୍ରୁମ ବିତ୍ତ
ରଙ୍ଗ ପୁଷ୍ପେ ଅଭିଷିକ୍ତ
ଆକାଶରେ ଥାଇ ହସିଦିଏ ରବି
ପ୍ରେମରେ ହୋଇ ଆସକ୍ତ ! !
ଏ'ହୋଲି ପରବ ପାଳ ଜନଗଣ
ମନରେ ନରଖି ରୋଷ
କ୍ରୋଧ ହିଂସା ଦ୍ଵେଷ କର ପରିହାର
ଓଠରୁ ଝରିବ ହସ ! !
ସମାଜିକ ଭାବ ହେଵ ସଂଗଠିତ
ବୈଷମ୍ୟ ଯିବ ଉଭେଇ
ନାଲି ହୋଲି ରଙ୍ଗ ନାଲିତ ରକତ
ଭିନ୍ନତାର ଚିହ୍ନ ନାଇଁ ! !
- - - - - - - - - - - - - - - - - - - - -
ସଦା ନନ୍ଦ ସାହୁ , (କାରା କର୍ମଚାରୀ )
କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର !
- - - - - - - - - - - - - - - - - - - - -- - - - -
