ଆସ ରେ ଭାଇ ଚଢିବା ଆମେ
ଯାନ ବାହାନ କଳଯାନ ଚଢିଲେ ଜାଣିବା ସିନା
କଳିବା ତାର ବଳ
କେଁ କଟର କେଁ କଟର
ଚାଲେ ବଳଦ ଗାଡି
ଦୁଇ ପଟରେ ଦୁଇ ବଳଦ
ନିଅନ୍ତି ଭିଡି ଭିଡି
ଶରିର ବଳ ଯୋଗାଇ ଦେଲେ
ଗଡ଼ଇ ସାଇକେଲ
ସର୍ ର .. ସାର୍.ର ରିକ୍ସା ଚଲେ
ମାରୁଥିଲେ ପେଡାଲ
ଘ..ର. ର ଘ. ର୍. ର୍ ମୋଟର ଚାଲେ
ଇନ୍ଧନ ତେଲ ପୋଡି
ପିଚୁ ରାସ୍ତାରେ ପବନ ଚକା
ଯାଉଚି ଗଡି ଗଡି
ଛୁକ୍.. ଛୁକ୍.. ରେଳ ଚାଲେ
ହୋଇଛି ଭାରି ଲମ୍ବା
ଲୁହା ଧାରଣା ଉପରେ ଗଡେ
ଯୋଡି ଡବା କୁ ଡବା
ଉଡାଜାହାଜ ଆକାଶେ ଉଡେ
ଶବଦ ଘୁଁ.. ଘୁଁ
ଅନ୍ତରୀକ୍ଷ କୁ ରକେଟ ଯାଏ
ଶୁଭୁଛି.. ସୁଁ... ସୁ
ଭୁସ୍... ଭୁସ୍ ଜାହାଜ ଚାଲେ.
ପାଣି ଭିତରେ ସିନା
ଏତେ ବିରାଟ ପାଣିରେ ଭାସେ
ପାଣି ପାଶେନି ଜମା
ମାଟି ଭିତରେ ସୁ ଡଙ୍ଗ ଖୋଳି
ଚାଲଇ ମେଟ୍ରୋ ଟ୍ରେନ
ବିଜ୍ଞାନ ଆଜି ଭେଟି ଦେଇଚି
ଭଳିକି ଭଳି ଯାନ
ଯାନ ବଳରେ ବହୁ ଦୂରତା
ଶୀଘ୍ର ଯାଉଛେ ମାଡି
କୁମୁଦ ଚନ୍ଦ୍ର ଦଳେଇ,
ପୋଲସରା, ଗଞ୍ଜାମ
ମୋ 9861889305
