କ - କାଶ୍ମୀର ଠାରୁ କନ୍ୟା କୁମାରୀ
କୋଟି ଜନତା ଙ୍କ କରମ ଭୂଇଁ କର୍ତ୍ତବ୍ୟ ପଥରେ କର୍ମରତ ସର୍ବେ
କଳା କୃତି କିର୍ତ୍ତୀ ରହିଛି ଜହିଁ
ଖ - ଖଣୀ ଖାଦାନରେ କ୍ଷେତ ଖମାର ରେ
ଖେଳ ଖୋଦେଇ ରେ ହୋଇ ବିଖ୍ୟାତ
ଖଦଡ଼ ଓ ଖାକି ପୋଷାକ ପିନ୍ଧନ୍ତି
ଖଦଡ଼ କୁ କରି ଜାତି ସଂକେତ
ଗ- ଗଙ୍ଗା, ଗୋଦାବରୀ, ସିନ୍ଧୁ, କାବେରୀ
ଗୟା ତୀର୍ଥ ଜାଳେ କରିଲେ ସ୍ନାନ
ଗତ ସ୍ଥିତ ଜନେ ଗତି ମୁକ୍ତି ପାଇ
ଗୋଲାକ ଧାମକୁ କଲେ ଗମନ
ଘ - ଘନ ବନାନୀର ଘଞ୍ଛ ତରୁ ଲତା
ଘନ କୁନ୍ତଳ ର ଘଟଣ ବେଶ
ଘୁଙ୍ଗୁର ପରାୟେ ଘୂରେ ଗନ୍ଧ ବାହ
ଘଟଣ ସବୁଜ ଗାଲିଚା ଘାସ
ଚ - ଚର୍ତୁବେଦ ଗାଇ ଚାରି ଧାମ ଯାଇ
ଚର୍ତୁବର୍ଗ ଫଳ ଅlହାରୀ ଚିତ୍ତେ
ଚୈତନ୍ୟ, ଚlତୁକ ଚର୍ଚ୍ଚ ଉପାସକ
ଚୈତ ଚନ୍ଦନେ ଚିନ୍ତନ୍ତି ନିତ୍ୟେ
ଚ୍ଛ - ଛୁଆଁଛୁତି ଭାବ ଛିନ୍ନ କରି ମନୁ
ଛାତିରେ ମିଳାଇ ଦିଅନ୍ତି ଛାତି
ଛନ୍ଦ,କପଟକୁ ଛି ଛାକର କରି
ଛୋଟ ବଡ ସର୍ବେ ସଭିଙ୍କୁ ପ୍ରୀତି
ଜ - ଜନଗଣ ମନ ଜାତୀୟ ସଙ୍ଗୀତ
ଜଗାଏ ମନରେ ଜାତୀୟ ପ୍ରୀତି
ଜ୍ୟୋତି ବିଜ୍ଞାନରେ ଜ୍ୟୋତିଷ ଙ୍କୁ ଗଣି
ଜାଗତେ ଜlଳିଲେ ଅଲିଭା ଜ୍ୟୋତି
ଝ - ଝଲମଲ କରେ ଝରଣାର ଜଳ
ଝରେ ଦିବା ରାତି ଝଟକେ କାନ୍ତି
ଝାମ୍ପ ଦେଉଥାନ୍ତି ଝିନ ମୀନରାଜି
ଝାସକେତନ ରେ ଝସ ର ଭ୍ରାନ୍ତି
ଟ - ଟଳି ନ ପଡ଼ନ୍ତି ଟକ୍କର ଦିଅନ୍ତି
ଟପ ଟପ ଚାଲି ବୀର ସୈନିକ
ଟପି ନାହିଁ କେହି ଟପି ଯିବେ ନାହିଁ
ଟାଣ କରିଛନ୍ତି ଜାତିର ଟେକ
ଠ - ଠାକୁର ଯାହାର ଠୁଠା କଳେବର
ଠୁଳ କରିଛନ୍ତି କରୁଣା ଥୋକେ
ଠୋସ ମନରେ ଠାକୁର ପୂଜିଲେ
ଠିକଣା ସମୟେ ଦିଅନ୍ତି ଥୋକେ
କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
ମୋ 9861889305
