କି ପ୍ରୟୋଜନ - ନାରାୟଣ ସେନାପତି

0






ଯଦି ନିଷ୍କାମ ଭକ୍ତିରେ ବିଭୋର ଭକ୍ତକୁ
ପାଛୋଟି ନିଅନ୍ତି ଭଗବାନ 
ସେଇ ବୈଚିତ୍ର୍ୟମୟୀ ବୈକୁଣ୍ଠପୁରକୁ..
ତେବେ କାମନା ସାଗରରେ ଉବୁଟୁବୁ...
କି ପ୍ରୟୋଜନ..???
ଯଦି ନିଷ୍କପଟ ସତ୍ ଚିନ୍ତାରେ ପ୍ରୀତହୋଇ ବତ୍ସକୁ
ଦେଖାନ୍ତି ବିଶ୍ୱବ୍ରହ୍ମାଣ୍ଡ..
ପ୍ରଦନ୍ତି ସତ୍ ଜ୍ଞାନ..
ତେବେ ନିଷ୍ଫଳ ଦୁଃଶ୍ଚିନ୍ତାରେ...
 କି ପ୍ରୟୋଜନ ???
ଯଦି ନିଃସ୍ୱାର୍ଥପର ମହାନତାରେ କୃତଜ୍ଞ ହୋଇ
କୋଳାଗ୍ରତ କରନ୍ତି ଅନ୍ତର୍ଯ୍ୟାମୀ
ବସାନ୍ତି କୋଳରେ
ଅର୍ପଣ କରନ୍ତି ଅଯାଚିତ ଆଶିଷ..
ତେବେ ନିକୃଷ୍ଟ ସ୍ୱାର୍ଥପରତାରେ
କି ପ୍ରୟୋଜନ   ???
ଯଦି ନିର୍ଲୋଭ ତ୍ୟାଗରେ କୃତାର୍ଥ ହୋଇ ତା ମାନସ ପୁତ୍ରକୁ
ଆଲିଙ୍ଗନ କରନ୍ତି ବିଶ୍ୱନିୟନ୍ତା
କରନ୍ତି ଆତ୍ମା ପରମାତ୍ମା ମିଳନ
ଭରନ୍ତି ସ୍ୱର୍ଗୀୟ ସତ୍ତା  
ତେବେ ନିଷ୍କରୁଣ ହତାଶା, ଭୋଗବିଳାସରେ ପହଁରିବା
କି ପ୍ରୟୋଜନ  ???
💐 *ନାରାୟଣ ସେନାପତି,ଜମ୍ଭରା,କେନ୍ଦୁଝର*💐

Post a Comment

0Comments
Post a Comment (0)