
ଜାଗ୍ରତ ହୁଅ ରେ ଏ ପୁରୁଷ ଜାତି
ନାରୀ ପ୍ରତି ଏତେ କରନି ଅନୀତି
ସେ ଜୟା ,ଭଗ୍ନୀ ପୁଣି ଜୀବନ ସାଥି
ଯୁଗେ ଯୁଗେ ବନ୍ଦନୀୟ ,ପୂଜନୀଅ
ସଂସାରେ ଭୂମିକା ତାର ଅତୁଳନୀଅ
ଧିକାର ତୁମ ପୌରୁଷ୍ୟ ତାକୁ
ଲାଜ ନାହିଁ ତୁମ ଟିକେ ମୁହଁକୁ
ଘର ପରିବାର ଅଛି କି ନାହିଁ ତୁମର
ଏ ଘୁଣ୍ୟ କାମ ତୁମେ କେମିତି କର
କାମନା ଜ୍ୱାଳାରେ ନିରୀହ ନାରୀ ଧର୍ଷିତା
ଶିଶୁ କନ୍ୟା ଭି ଭୋଗେ ସେହି ସମଦଶା
ଧର୍ମ ସଂସାର ରେ ହେଲାଣି ଲୋପ
କେମିତି ସହୁଛ ହେ କଳାଶ୍ରୀ ମୁଖ
ନାରୀ ପ୍ରତି ଆଉ ନାହିଁ ସନମାନ
ଧରିତ୍ରୀ ପରି ସହି ଯାଏ ସବୁ କଷଣ
ଅଧର୍ମ କୁ ଯ୍ୟଦି ଦେଉଛ ପ୍ରଶୟ
ଉଡାଅ ନାହିଁ ବଡ ଦେଉଳ ନେତ
ନିକୁଞ୍ଜ ବିହାରୀ
