ଉଠରେ ନକରି ଡେରି - ଚିତ୍ତରଞ୍ଜନ ସାହୁ

0

ଉଠରେ ଉଠରେ ଉତ୍କଳ
ତନୟ-ତନୟା ନକରି ଡେରି।।
ଗୋରା ଶାସନଠୁ ବଳିତ
ଗଲାଣି ଆମରି ଶାସନ ତରୀ।।
ଆମରି ଧନରେ ଆମକୁ ଖୁଆନ୍ତି
ନେଇ ନେଇ ବାହାଦୁରୀ।।
ହିସାବ ମାଗିଲେ ବଡ଼ବଡ଼ିଆଙ୍କୁ
ଦେଖାନ୍ତି ସେ ଦାଦାଗିରି।।
ଉତ୍କଳର ରକ୍ତ ଆମରି ଶରୀରେ
ହେଇନାହିଁ କିବା ଭରି।।
ଅନ୍ୟାୟ ବିରୁଦ୍ଧେ ସ୍ୱର ଉତ୍ତୋଳନ
କେବେଠୁ ହେବରେ ଜାରି।।
ଆମେ ନିଜେ କହୁ ଆମରି ପାଖରେ
ଅଖା ନାହିଁ, ନାହିଁ ବିରି।।
ପିଠା ପଣା କରି ସେହି ଦୁର୍ଜନଙ୍କ
ତଣ୍ଟି ଯାଏଁ ଦେଉ ଭରି।।

ଚିତ୍ତରଞ୍ଜନ ସାହୁ
ସିଙ୍ଗିରି, ଆଳି, କେନ୍ଦ୍ରାପଡା

Post a Comment

0Comments
Post a Comment (0)