
ଭାରି ପ୍ରିୟ ତାର ଗୋଲାପର
ଘୋଡାରେ ଚଢିବା. କ୍ରିକେଟ ଖେଳିବା
ପାଣି ପହଁରା ରେ ଧୂରନ୍ଧର
ବାପା ତାର ମୋତି ଭାବେ ବସି
ଧନ ସମ୍ପଦର. ଅଭାବ ତ ନାହିଁ
କି କରିବି ଏତେ ଧନ ସଞ୍ଚି
ମନେ ମନେ ବାପା କଲେ ସ୍ଥିର
ଯେତେ ଧନ ଖର୍ଚ. ହୋଇବ ପଛକେ
ପୁଅ ମୋ ପଢିବ ବିଲାତର
ବିଲାତ ଦେଶର ହାରେ ସ୍କୁଲ୍
ଆତ୍ମ ନିର୍ଭରତା. ଶିଖନ୍ତୁ ସଭିଏଁ
ସାରା ପୃଥିବୀରେ ହୁଲସ୍ତୁଲ
ହାରେ ସ୍କୁଲ୍ ଗଲେ ଜୱାହର
ସାଙ୍ଗ ସାଥୀ ମେଳେ ଭାରି ଲାଜକୁଳା
ପାଠ ପଢ଼ାରେ ସେ ଧୂରନ୍ଧର
ସକାଳ ପ୍ରହରୁ ସଞ୍ଜ ଯାଏ
ନିଜ କାମ ନିଜେ. କରନ୍ତି ସଭିଏଁ
ଯେତେ ପଢ଼ନ୍ତି ସେ ବିଦ୍ୟାଳୟ
ପରସ୍ପର ପ୍ରତି ସହଯୋଗ
ନିଜ କାମ ନିଜେ. ସାରିଦେଲା ପରେ
ସାଥୀଙ୍କୁ କରନ୍ତି ସହଯୋଗ
ଜୋତା ପଲିସ୍ ଠୁ ଲୁଗା ଧୂଆ
ହୀନ ଭାବନାକୁ ମନରୁ ପାଶୋରି
ସହଯୋଗ ହୁଏ ଦିଆ ନିଆ
ମୋତିଲାଲ୍ ଦେଖି ହେଲେ କାବା
ଆତ୍ମ ସମ୍ମାନ ର. ଦ୍ୱାହି ଦେଇ ସିଏ
ଦୁରେଇ ରଖିଲେ ପୁତ୍ର ଜୱା
ବିଦ୍ୟାଳୟ ନୀତି ଭାରି କଡା
ଆତ୍ମ ନିର୍ଭରତା. ଶୁଖି ଶିଖାଇବେ
ଭବିଷ୍ୟତ ତାଙ୍କ ହେବ ଗଢା
ଜୱାହର କେତେ ହେଲେ ଭାଳି
ଇଶ୍ଵର ସୃଷ୍ଟିରେ. ସମସ୍ତେ ସମାନ
ଘୃଣା ଭାବ ଯେତେ ଦେବା ଟାଳି
ଯେତେ କାମ ସବୁ ଈଶ୍ୱରୀୟ
ହୀନ ଭାବନାକୁ. ମନରୁ ପୋଛିବ
ଇଶ୍ୱରଙ୍କ ଠାରେ ଥିବ ଲୟ
ଏପରି କାଟିଲା ସାତ ବର୍ଷ
କରି କରାଇବା ଶିଖିଲେସେଠାରେ
ପ୍ରୟୋଗ କରିଲେ ନିଜ ଦେଶ
ଭାବିଲେ ଏ ଦେଶ ଶିଶୁ ମୋର
ଶକ୍ତିଶାଳୀ ହୋଇ. ଗଢି ହେଲେ ସିନା
ଏ ଦେଶର ହେବେ କର୍ଣ୍ଣ ଧାର
ଯେତେ ଶିଶୁ ତାଙ୍କ ଅତି ପ୍ରିୟ
ଶିଶୁଙ୍କୁ ଗଢ଼ିବା. ସଭିଙ୍କ ଦାୟିତ୍ଵ
ଏ କଥାରେ ସଦା ଥିବ ଲୟ
ନ କର ଶିଶୁଙ୍କୁ ଅବହେଳା
ସାମଗ୍ରିକ ଜ୍ଞାନେ. ଭରପୁର କରି
ଗଢ଼ କରି ସଜ ଫୁଲ ଡାଲା
କୁମୁଦ ଚନ୍ଦ୍ର ଦଲେଇ, ପୋଲସରା, ଗଞ୍ଜମ
ମୋ - 9861889305
