ଗର୍ବର ସହ କୁହାଯାଇ ପାରେ
କୋଟୀ ଦେଢସହ ତୁଣ୍ଡରେ
ବର୍ତ୍ତମାନ ଅଭିନନ୍ଦନଙ୍କୁ
ଅଭିନନ୍ଦନ......
ଯିଏ ଦିହଜାର ଫୁଟରୁ ଲଖ୍ୟଭେଦିପାରେ
ଯିଏ ବିଗୁଲ ବଜେଇ ପାରେ ଶତ୍ରୁର ଗୁମ୍ଫାରେ ......
ଛନକା ପୁରେଇ ପାରେ ଶତ୍ରୁର ଛାତିରେ
ତା ପରେ ବି!
ନିଜ ଜୀବନ ବଂଚେଇ ପାରେ
ଶତ୍ରୁ ଦେଶ ପୋଖରୀ ଜଳରେ.....
ନିଜର ଯୁଦ୍ଧ୍ୟର ନକ୍ସାକୁ
ନଅ-ଦେଇ ଶତ୍ରୁହସ୍ତେ
ନଷ୍ଟ କରିବାର ସାହସ
ଏକାହିଁ ତାହାର.....
ଏକା ଅଭିନନ୍ଦନର......
ନିର୍ଭିକରେ ଆହତ ବି ହୁଏ ,
ଶତ୍ରୁ ସୈନ୍ୟ ଗହଣରେ ବି ପଚାରିପାରେ
ମୁଁ କଣ ଯୁଦ୍ଧ୍ୟ ବନ୍ଦୀ???
ଜର୍ଜରିତ ପ୍ରଶ୍ନର ଉତ୍ତର .....
ମୁଁ ଭାରତୀୟ ସେନା କମାଣ୍ଡର
ଅଭିନନ୍ଦନ ନମ୍ବର ୨୭୯୮୧ .....
ଖ୍ୟମା କରିବେ ଏହା ଛଡା
ମୋ ପାଖରେ ନାହିଁ ଅନ୍ୟ କି ଉତ୍ତର....
ଆଖିରେ ଆଖି ମିଶେଇ ଚା ପିଇ ପାରେ
ବୀର ସିଏ ଶତ୍ରୁ ସମ୍ମୁଖରେ!
ଚାହାଁନ୍ତି ସେମାନେ ମୁଲଚାଲ ଅବା ସର୍ତ
କିନ୍ତୁ ବୀରଭୋଗ୍ୟାର ଉତ୍ତର ଆସେ !
ବିନା ସର୍ତ ବିନା ମୁଲଚାଲରେ
ଜେନେଭା ଆଉ ଚୁକ୍ତି ଆନ୍ତର୍ଜାତିକର
ସସମ୍ମାନେ ଛାଡ ସେ ଅଭିନନ୍ଦନ!!
ନହଲେ ଅବସ୍ୟ ଚିତ୍ର ହେବ
ଭିନ୍ନ ପ୍ରକାରର......
ସଗର୍ବେ ଫେରିଆସ ତୁମେ
ତୁମେ ଫେରିଆସ ଅଭିନନ୍ଦନ
ଉଚ୍ଚାକରି ଶୀର ....
ଉଚ୍ଚକରି ମାର ପଣତ
ସେହି ତିରଙ୍ଗାର....
ଉଚ୍ଚକରି ମାର ପଣତ
ହଁ ସେହି ତିରଙ୍ଗାର.....
