ମୋ ଚକାନୟନ - ନିବେଦିତା ମହାପାତ୍ର

0
ହେ ଚକାନୟନ.....
ହେ ଚକାନୟନ........
ଭାଙ୍ଗିଦିଅ ସବୁ ଭାବ ବନ୍ଧନ,
ସଂସାର ମାୟାରେ ଘାରି ହୋଇ ପ୍ରଭୁ
ଭୁଲିଗଲିଣି ତୁମ ପାଦ ସେବନ
ହେ ଚକାନୟନ ........
ତୁମେ ତ ପାଳୁଛ ଦେଇ ଅନ୍ନ ଜଳ,
ବିପଦ ଆପଦେ କରି ନିଅ କୋଳ
ତୁମେ ସର୍ବବ୍ଯାପି ପ୍ରଭୁ ଅନ୍ତଯ୍ୟାମୀ
ପାରି କରିଦିଅ ଭବ ତରଙ୍ଗିଣୀ
ସତ୍ ପଥରେ ମତେ ନିଅ
ଭାଙ୍ଗି ଦେଇ ସବୁ ଭାବ ବନ୍ଧନ।
ହେ ଚକାନୟନ........
ତୁମରି କୃପାରେ ମଳୟ ପରଶେ
ନିମ୍ବ ବୃକ୍ଷ ସେତ ଚନ୍ଦନ ପାଲଟେ
ତୁମେ ଅଛ ବୋଲି ଏଇ ଦୁନିଆଁରେ 
ମୋ ଜୀବନ ପଥେ କୁସୁମ ବରଷେ 
ଏ ଦେହ ରଥରେ ସାରଥି ସାଜି ତୁମେ
ଧର୍ମ ପଥେ ମତେ ଘେନ
ଭାଙ୍ଗି ଦେଇ ସବୁ ମାୟା ବନ୍ଧନ।
ହେ ଚକାନୟନ......

ନିବେଦିତା ମହାପାତ୍ର 
ମୁକୁନ୍ଦ ମିଶ୍ର ନଗର,ପୁରୀ।

Post a Comment

0Comments
Post a Comment (0)