ହୋଲିର କେତୋଟି ରଙ୍ଗ - ବିଷ୍ଣୁ ପ୍ରସାଦ ମିଶ୍ର

0
ଫଗୁଣର
ଫଗୁ ରଙ୍ଗ ଖେଳି 
ଫିକା ଲାଗେ
ପୁନେଇଁ ର ଫୁକିଆ ଚ଼ାନ୍ଦ ଟା,
ମଧୁ ତନ୍ଦ୍ରା ବସନ୍ତର ହଜିଲା ମଳୟେ,
ଶାନ୍ଦ୍ର ହୀନ ମନ୍ଦ ସମୀରଣ, 
ଗନ୍ଧ ଶୂନ୍ୟ କୁଷୁମ ପରଶେ, 
ଭ୍ରମର ବା ଉଡ଼ିବ କାହିଁକି !!
କେତେବା ଖୋଜିବ ଆଉ
ବାସ୍ନା ସାଥେ
ମଧୁ
ପ୍ରଜାପତି 🦋;;
ମଧୁମକ୍ଷୀ 🐝 ଲୁଚ଼ିଲେଣି ସବୁ, 
ଧରଣୀରୁ
ବୃକ୍ଷ ଶୂନ୍ଯ ଦେଖି.
ନାହିଁ ଆଜି କୁଞ୍ଜବନ
ଜମୁନା ପୁଳିନ,
ରଙ୍ଗ ରସେ ଖେଳିବାକୁ ହଟିଆ ନାଗର,
ବଜାଇଣ ପଞ୍ଚରନ୍ଧ୍ରେ
ସପତ ସୁରରେ
ରାଧା ଲାଗି
ସେ ମୋହନ ବଂଶୀ,
ନାହିଁ ଆଉ 
ରାଧା
ପାଦର ଘୁଙ୍ଗୁରେ
ଛନ୍ଦଭରା ଶବ୍ଦ.
ଛିଡ଼ିଯାଏ
କଦମ୍ବର ଡ଼ୋରି,
କଳିର ଏ କଳ୍ମଷ କଳଙ୍କେ.
ଭୂଲିଅଛି ରାଧା ସେଇ ଯମୁନା ପୁଳିନ,
ଭରିଯାଏ ଯିବା ବାଟ କଣ୍ଟକ ଗୁଳ୍ମରେ.
ଭୂଲିଯାଏ
ଛଳ ଭରା କପଟୀ କୃଷ୍ଣର
ସେ ବଙ୍କିମ
ଅଧର ହାସ୍ୟକୁ.
ତମାଳ, ମାଳତୀ ଲୋଟେ ଚ଼ଇତି ଝଞ୍ଜା ରେ,
ବକୁଳ ବୃକ୍ଷଟା ଆଜି
ଥୁଣ୍ଟା ଲାଗେ ପତ୍ରଝଡ଼ା ଦେଇ,
କଦମ୍ବର
ଶାଖା ଶୂନ୍ଯ ଏଠି.
କେଉଁ କୁଞ୍ଜେ
ଲୁଚି କୃଷ୍ଣ
ଖେଳିବେ ବା ହୋଲି,
କେଉଁ ରଙ୍ଗେ, କେବେ ରାଧା ସଙ୍ଗେ,
କେଉଁଠାରେ, କେତେ ରଙ୍ଗ ଧରି.
ସର୍ବ ଗୋପାଙ୍ଗନା ଆଜି ଦେଖି ବି ନିରବ,
ଆପଣାର
ନ୍ୟାର୍ଯ୍ୟ ଦାବି ନେଇ.
ଶୂନ୍ୟ ଆଜି
ଅନ୍ତିମେ ଫଗୁଣ,
ହୋଲିକା ର ଶେଷ ସ୍ୱପ୍ନ ପୂର୍ଣ୍ଣତାର ଲକ୍ଷେ,
ଚଇତି କୁ ପଚ଼ାରେ ସେ
ପ୍ରଥମ ସ୍ପର୍ଶରେ, 
ହୋଲିର ବା 
କେତେଗୋଟି ରଙ୍ଗ ?????
*************************
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
ମୋ - 9124049129

Post a Comment

0Comments
Post a Comment (0)