ବାପା - ସୁଧାକର ସେଠୀ

0

ବାପା 
ସାଗରଠାରୁ ମହାନ
ଧରଣୀ ଠାରୁ ଉଚ୍ଚା
କୋଳରେ ତାର ପରମ ତୃପ୍ତି
ମୁଣ୍ଡରେ ତା ହାତ ଛତା

ବାପା
କେବେବି ଶୁଭେନି ନା ଶବ୍ଦ
କେବେବି ନଥାଏ ଚିନ୍ତା
ବିଶାଳ ବପୁରେ କୁନି ଆତ୍ମାଟି
ଖୋଜୁ ଥାଏ ତା ସତ୍ତା

ବାପା
ଅଝଟ ଆଖିର ସ୍ବପ୍ନ
ପାଇବାର ଜିଜ୍ଞାସା
ସରଳ ମନର ଉଚ୍ଚା ଢେଉ
ମରୁ ଭୂମିର ନୀରବତା

ବାପା
ଦୁଃଖ ସାଗରର ଅମୃତ ପରସ
ସୁଖର ସେ ଝରା ମୁକୁତା
କୁନିକୁନି ଆଖିର ସ୍ବପ୍ନର ପାହାଡ
ଜୀବନର ଅବୁଝା ଗାଥା।
ବାପା

ଜମ୍ବେଶ୍ବରପୁର, ବାଲେଶ୍ବର
ମୋ - ୯୩୩୭୬୮୧୫୨୪

Post a Comment

0Comments
Post a Comment (0)