ଅଦ୍ଭୁତ କୋଣ - ପ୍ରତାପ ନାୟକ

0
ସ୍ୱପ୍ନ ଏକ ଅସମ୍ଭବ ଇଲାକା 
ଯାହା କେବଳ ଦେଖିହୁଏ ସିନା
ନା ନିଜ ଇଚ୍ଛା ଅନୁସାରେ ବଢେଇହୁଏ 
କି କମେଇ ହୁଏ 
ପରିବର୍ତ୍ତନ ଆଶାକରିବା 
ମରିଚିକାରୁ ପାଣି ନିଗାଡିବା ନୁହେଁକି
ଫଗୁଣ ପରଶେ ବଉଳ ବି ଝଡେ 
କୁହୁ କୁହୁ ତାନ ବିତାନ ବି ଲାଗେ
ପାକୁଳି କରେନା ଗାଈ ତୋଟାମାଳେ 
କି ଝାଳ ମାରେନା ଦିନା ଗଉଡ
ଲମ୍ବ ହେଇ ଢାମଣା ଯାଏନା
ମଳୟ ବି ଚିତାକାଟେ ଘୁର୍ଣ୍ଣିବଳୟରେ
ଅସରନ୍ତି ଭାବନାର ସପନ 
ନା ଇଚ୍ଛାହୁଏ ତେଜିବାକୁ 
ନା କୁରୁଳି ହୁଏ ତା ଆଗମନେ
ଅସମ୍ଭବ ଇଲାକାର ସ୍ୱର୍ଣ୍ଣମୂଦ୍ରା ପରି
ଜଡେଇ ଦିଏ ମନକୁ 
ମଡେଇ ଦିଏ ତାର ଚକ
ସ୍ମୃତିର କେଉଁ ଏକ ଅଦ୍ଭୁତ କୋଣକୁ
------------------------------------
ଆମ୍ବସୌରୀ,ବାଲିଚନ୍ଦ୍ରପୁର ,ଯାଜପୁର।

Post a Comment

0Comments
Post a Comment (0)