ପିତାମାତା - ଚିତ୍ତରଞ୍ଜନ ସାହୁ

0

ପିତାମାତା ଚରଣରେ ସନ୍ତାନର ସ୍ୱର୍ଗ
ପିତାମାତା ଚରଣରେ ସନ୍ତାନର ଭାଗ୍ୟ
ପିତା ସମ ଧର୍ଯ୍ୟବାନ ତ୍ରିଭୁବନେ କାହିଁ?
ମାତା ସମ ପ୍ରେମଦାତ୍ରୀ ବ୍ରହ୍ମାଣ୍ଡରେ ନାହିଁ
ପିତାମାତା ସମ ଗୁରୁ କେ ହୋଇ ପାରିବ
ପିତାମାତା ସମ ଦୁଃଖ କେ ବୁଝି ପାରିବ
ପିତାମାତା ଚରଣକୁ ଶ୍ରୀଚରଣ ଜାଣ
ତାଙ୍କ ଚରଣ ପୂଜିଲେ ଧନ୍ୟହେବା ଜାଣ
ପିତା ଗୁରୁ ମାତା ଗୁରୁ ପିତାମାତା ଗୁରୁ
ତାଙ୍କ ପାଦ ସରସୀରେ ଏ ମନ ପହଁରୁ
ପିତା ବ୍ରହ୍ମା ପିତା ବିଷ୍ଣୁ ପିତା ମହେଶ୍ୱର
ମାତା ଶକ୍ତି ବିଦ୍ୟାଦାତ୍ରୀ ଧନଲଷ୍ମୀ ମୋର
ପିତାମାତାଙ୍କ ଚରଣେ  ଶତ ନମସ୍କାର
ମାତାପିତା ସେବା ହେଉ ଜୀବନର ସାର

ଚିତ୍ତରଞ୍ଜନ ସାହୁ, ସିଙ୍ଗିରି,ଆଳି, କେନ୍ଦ୍ରାପଡା

Post a Comment

0Comments
Post a Comment (0)