ନିମ୍ନଗାମୀ ଉପଚାର - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

• ନୀଚଗତି, ନିମ୍ନଗତି ରସାତଳଗାମୀ ହେବା ଉପଚାର
• ଆରମ୍ଭ ହୋଇଛି ଜାତୀୟ ଜୀବନେ ଅଦ୍ଭୁତ ଚିତ୍ର ତାର   ।।
• ଏକି କର ତୁମେ ପରଅର୍ଣ୍ଣ ଭୋଜି ହେବାକୁ କି ଜନ୍ମ ମୋର
• କାହିଁ ମୋର କର୍ମଭୂମୀ କାହିଁ ମୋର ସପନର ସୈାଦାଗର  ।।
•
• ଆଖି ପାଏନାହିଁ ପ୍ରତିଶୃତି ଶୁଣି,, ଶୃତିପଥ ହୁଏ ବଧିର
• ବିପଥେ ଯୁବକ ଯୁବତୀ ସଭିଏଁ ଯୁବଶକ୍ତି ନାରଖାର  ।।
• କୃଷକ,ଶ୍ରମିକ, ସୈନିକ,ଲେଖକ,କବି,ଆଉ କଳାକାର
• କୋହ ଜର୍ଜରିତ ମୁଦ୍ରାରେ ସର୍ବେ ଆଖି ଲୁହ ଛଳଛଳ  ।।
•
• ଅକର୍ମଣ୍ୟ କରି ଦେଲ ଏ ଜାତି କୁ ମଧୁ ସଉରଭ ଶୋଷି
• ବାସହୀନ ଫୁଲ ଫୁଟାଉଛ ତୁମେ ତ୍ରୀତଳ ପ୍ରାସାଦେ ବସି  ।।
• ସୁଜଳା,ସୁଫଳା ଶଶ୍ୟ ଶ୍ୟାମଳା କେଦାର ଗୋଚର ଭୂଇଁ
• ଢାବା ହୋଟେଲରେ କୃଷକ ଭତା ରେ ଆସର ଚାଲିଛି ଭାଇ  ।।
•
• ବହି ବଦଳରେ ଥାଳି ନେଇ ସ୍କୁଲୁ ଯାଏ ପାଣୁ ପୁଅ ଶୁକୁଟା
• ଧୂଆଁ ମୟ ସ୍କୁଲ ରୋଷେଇ ଚାଲିଛି ଫୁଟଣ ହେଉଛି ଫୁଟା  ।।
• ଶିକ୍ଷାୟତନ ର ପବିତ୍ର ବୈଭବ ଗୁରୁ ପୂଜ୍ୟପୁଜା ଛାତ୍ର
• ସ୍ନେହବତ୍ସଳ ସେ ଗୁରୁ ଗୁରୁଜନେ କବଳ କଲାଣି ଦୈତ୍ୟ  ।।
•
• ରୁଣକରି କେତେ ଟଙ୍କା ବଣ୍ଟା ହେବ କାହିଁ ଭବିଷ୍ୟ ଯୋଜନା
• କର୍ମ ସଂସ୍ଥାନେ ସପନ ଦେଖୁଛି ଫଳିବ ଆକାଶ କଇଆଁ  ।।
• ଧନ୍ୟ ଭତା ପ୍ରିତୀ ଧନ୍ୟ ପ୍ରତିଶୃତି ଧନ୍ୟ ରେ ଶାସନ ଶାସକ
• ଧନ୍ୟ ରେ ଶାସିତ ନିରିହ ସମାଜ, କହ କାହିଁ କହ ଆଲୋକ  ।।
•
• ବିର୍ଯ୍ୟହୀନ ସୂର୍ଯ୍ୟ ରସହୀନ ରସା ଜୋଛନା ବିହୀନ ଚାନ୍ଦ
• କିକାର୍ଯ୍ୟେ ଏମିତି ରହିବେ ଏମାନେ ସଂହାସନେ ମୃତ ବତ୍  ।।
• ମାଟି ମା' କୋହଭରା ଡାକ ଶୁଣ, ଯାଗିଉଠ ଯାଗିଉଠ
• ସୁପ୍ତ ସମାଜ ଯାଗ୍ରତ ହୁଅ ନକର ରେ ଆଉ ମଠ  ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0Comments
Post a Comment (0)