
ମାତାପିତା ମୋର ଚଳନ୍ତି ଠାକୁର
ତାଙ୍କ ପାଇଁ କଣ ଦିନ ,
ସବୁଦିନ ପାଇଁ ପୂଜ୍ୟ ଅଟନ୍ତି
ପିଣ୍ଡେ ଥିବା ଯାଏଁ ପ୍ରାଣ II
ସମତୁଲ୍ୟ ନୁହେଁ କାହା ସହ ସିଏ
ସ୍ୱତନ୍ତ୍ର ତାଙ୍କର ସ୍ଥାନ,
ନେଇ ପାରିବେନି କେହି ତାଙ୍କ ଜାଗା
ଦେଇ ପାରିବେନି ତାଙ୍କ ଦାନ II
ଇଶ୍ଵରଙ୍କର ଜାଣ ଅନ୍ୟ ରୂପ ସିଏ
ପୃଥିବୀରେ ନେଇ ଜନ୍ମ ,
ପ୍ରଭୁଙ୍କ କର୍ତ୍ତବ୍ୟ ପୁରଣ କରନ୍ତି
ପାଇ ପିତାମାତା ନାମ II
ସ୍ୱର୍ଗଠାରୁ ବଡ ଆକାଶଠୁ ଉଚ୍ଚ
ହୃଦୟ ତାଙ୍କର ଅଟେ,
ସ୍ନେହ ଦୟI ଭରା କରୁଣାରେ ଘେରା
ମହାନ ମାନବ ସତେ II
ସନ୍ତାନର ଖୁସି ପାଇଁ ନିଜେ ପୁଣି
ସହି ଯାଏ ସବୁ ଦୁଃଖ,
ଛୁଆର ଜୀବନ ରକ୍ଷା ପାଇଁ ଦିଏ
ମରଣ ଆଗରେ ବେକ II
ତାଙ୍କରି ଆଶିଷ ଆଣି ଦିଏ ଖୁସି
ଆମରି ଜୀବନ ପାଇଁ,
ଚଲାବାଟ ଆମ ପୁଷ୍ପମୟ ହୁଏ
କଣ୍ଟା ଯାଏ ଦୂର ହୋଇ II
ମନ୍ଦିରକୁ ପଛେ ନ ଗଲେ ନାହିଁ
ରହିବା ତାଙ୍କରି ସାଥେ,
ସେ ତ ଆମରି ଶ୍ରୀକୃଷ୍ଣ ଶ୍ରୀରାଧା
ଶ୍ରୀରାମ ଆଉ ଶ୍ରୀସୀତେ II
ସେ ଆମ ବନ୍ଧୁ ସେ ଆମ ସଖା
ସେ ଆମ ପୂଜ୍ୟ ଗୁରୁ ,
ତାଙ୍କରି ସେବା ଈଶ୍ୱର ସେବା
ଅଟନ୍ତି ସେ ମହାମେରୁ II
କରିବାନି ତାଙ୍କୁ କେବେ ହତାଦର
ଦେବା ନାହିଁ ଅସମ୍ମାନ,
ସେବାରୁ ବଂଚିତ କରିବାନି କେବେ
ଖୁସି ଦେବା ନିତି ଦିନ II
ତାଙ୍କ ପାଦପଦ୍ମେ ରହି ଥାଉ ସଦା
ଏଇ, ମୋରି ଛୋଟ ମୁଣ୍ଡ ,
ତାଙ୍କରି ସୁନାମ ଗାଉଥାଉ ସଦା
ମୋର ଏଇ, ଟିକି ତୁଣ୍ଡ II
ହାତ ରହିଥାଉ ମୋରି ଉପରେ
ପିତାମାତାଙ୍କର ସଦା,
ତାଙ୍କ ଆଶୀର୍ବାଦ ମିଳୁଥାଉ ମୋତେ
ହେବା ଯାଏଁ ମୁହିଁ ବିଦା II
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର
