
ଖୋଲାପଡ଼ିଆକୁ ଯିବାନାହିଁ ଝାଡା
ଗଲେ ହେବ କୃମି ରୋଗ
ଭାବିବାନି ୟାକୁ ଛୋଟ ରୋଗଟିଏ
ପୋଡି ଜାଲିଦେଵ ଭୋଗ।
ଖାଲି ପାଦଟାରେ ଯିବାନାହିଁ ଆମେ
କେବେହେଲେ ପାଇଖାନା
ନଥିଲେ ଚପଲ ହେବ ସାଥେ ଗେଲ
କୀଟାଣୁ ତାହାରି ନାଁ।
ବାୟୁ ମଣ୍ଡଳରେ ଭର୍ତ୍ତି ଏ କୀଟାଣୁ
ନ ଦେଖୁ ଖାଲି ଆଖିରେ
ମଇଳା ଗୋଳିଆ ସାଥିରେ ଅଳିଆ
ଖେଳୁଥାନ୍ତି ଆନନ୍ଦରେ।
ଖାଇବା ପୂର୍ବରୁ ଛଅଥର ହାତ
ନିୟମେ ନ କଲେ ଧୁଆ
ବିନା ସାବୁନରେ କିବା ଲିକ୍ୟୁଡ଼ରେ,
ମାରିବେ ଖୁସିରେ ଡିଆଁ।
ଯେମିତି ସେମିତି ପେଟକୁ ଯାଇସେ
ରଚିବେ ନୂଆ କାହାଣୀ
ନାନା କୃମି ହୋଇ ଖାଦ୍ୟସାର ଖାଇ
ରକତକୁ ନେବେ କିଣି।
ତରଳ ଝାଡା ଓ ଶୁଳାଝାଡା ସାଙ୍ଗେ
ବାନ୍ତି, ଉଦାସ ଦୁର୍ବଳ
କରିବେ ସେ କୃମି ଶୁଖିଲା ଦୁବୁଲା
ପ୍ରତିକ୍ଷଣେ ସାଜି କାଳ।
କାମରେ ଖେଳରେ ଅବା ଚଳଣିରେ
ଅଯତ୍ନେ ହୋଇ ଦୂଷିତ
ବିନା ଔଷଧରେ ପାରିବାନି ମାରି,
କୃମି ରୋଗରୁ ବଂଚିତ।
ଆଲବେଣ୍ଡାଜୋଲ୍ ବର୍ଷରେ ଦିଥର
ଯଦି ଯତନେ ଖାଇବା
କୃମିରୋଗଠାରୁ ନିଜକୁ ବଞ୍ଚାଇ
ସୁସ୍ଥ ଜୀବନ ଗଢିବା।
ନିଜ ପରିବେଶ,ସଫା ପରିପାଟୀ
ସାଥେ ନିଜକୁ ନିର୍ମଳ
ସ୍ୱାସ୍ଥ୍ୟ ବିଜ୍ଞାନକୁ ପଢି ବୁଝି ଆସ
ବଞ୍ଚିବା ହୋଇ ସବଳ।
କୃମିରୋଗ କିବା ଅନ୍ୟ ରୋଗଠାରୁ
ବଞ୍ଚିବାକୁ ଯଦି ଚାହଁ
ପ୍ରତିଷେଧକ ଓ ପ୍ରତିକାର କରି
ନିର୍ମଳ ପଥରେ ଧାଅଁ।
ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
