
ବ୍ୟଥା ମୋର ଏଇ ଭଗ୍ନ ହୃଦୟର
କାହା ଆଗେ ପାରେନା କହି
ମନ ଭିତର କୋହ ସବୁ
ଆପେ ଆପେ ଗଲାଣି ମରି ।
ମୋର ଦୁଇଟି ଆଖି ଲୁହ ଧାରରେ
ଲେଖାତ ତୁମରି ନାଁ
କେମିତି କହିବି ମୋ ହୃଦୟ ବେଦନା
ମୁଁ ନିଜେବି ଜାଣିପାରେନା ।
ଯେତେ ଚାହିଁ ଲେବି ଭୁଲି ମୁଁ ପାରୁନି
ଅତୀତର ସେହି ସୃତି
ମନେ ପଡିଗଲେ ସେହି ସୃତି ଆଜି
ଜଳିଯାଏ ମୋର ଛାତି ।
ନଈର ସୁଅକୁ ଡର ନାହିଁ ମୋର
ସମୟ ସୁଅକୁ ଡର
ଯେଉଁସୁଅ ଆଜି ତୁମକୁ
କରିଛି ମୋ ଠାରୁ ବିଚ୍ଛିନ୍ନ ।
ଯାହା କାନ୍ଧେ ଚଢି ନଈ ସେପାରିକୁ
ଯାଉଥିଲି ପାଠପଢି
ସଂପର୍କର ମାନେ ବୁଝିନଥିବା ସମୟ
ମୋ ଠାରୁ ନେଲା ତା'କୁ ଛଡାଇ ।
ସ୍ନେହ ମମତାରେ ଭରା ତା'ର ହୃଦୟ
ତା' କୋଳେ ରହିଛି ସରଗ ସୁଖ
ସୂର୍ଯ୍ୟ ବୁଡ଼ିଯାଏ । ସନ୍ଧ୍ୟା ନଇଁ ଆସେ
ତା' କୋଳେ ଥାଏ ମୋ ଶୀର ।
ଫେରି ଆସନ୍ତାକି ଥରଟିଏ ସେ ଦିନ
ସୃତି ସାମୁକାରେ ସାଇତି ରଖନ୍ତି।
ସାରା ଜୀବନ, ଚିର କାଳ
ସାରା ଜୀବନ, ଚିର କାଳ ।
ବିଜୟଲକ୍ଷ୍ମୀ ଭୋଇ
ଓଡିଶା ଭାଷା ଓ ସାହିତ୍ୟ ବିଭାଗ ଛାତ୍ରୀ
ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱର
