
ମନେ ପଡେ ଆଜି ସେଦିନର କଥା
ଯେବେ ଚାହିଁଲି ତୁମକୁ ରହି
ବର୍ଷା ଆସି ପଛେ ଭିଜେଇଲା ମୋତେ
ମୁ ରହିଲି ତୁମକୁ ଚାହିଁ ||
ବର୍ଷାରେ ବର୍ଷାରେ ଦେହଟା ଓଦାରେ
ଦେହ ମୋ ଯାଉଛି ଥରି
ତଥାପି ଚାହିଁ ମୁଁ ରହିଥିଲି ବର୍ଷା
ତମେ ଆସିବା ଛତାଟେ ଧରି ||
ବେଳ ଗାଡି ପଛେ ରାତି ହୋଇଗଲା
ହେଲେ ତମେ ତ ଆସିଲ ନାହିଁ
ତଥାପି ପାଗଳ ଆଖି ଡଳ ଡଳ
ରହିଲା ତୁମକୁ ଚାହିଁ ||
ଶୀତ ବି ଲାଗିଲା ଡର ବି ଲାଗିଲା
ତମ ବାଟ ଚାହିଁ ଚାହିଁ
ଆଜି ପ୍ରଶ୍ନ କାହିଁ ଉଙ୍କି ସେ ମାରୁଚି
କାହିଁ ବର୍ଷା ମୋ ଆସିଲା ନାହିଁ ||
ରମାକାନ୍ତ ବେହେରା
ନରସିଂହପୁର, କଟକ
