ବଜ୍ର ଶପଥ - ବାବୁଲାଲ ପଲେଇ

0

ହେ ଦୁର୍ଯ୍ୟୋଧନ 
ନର୍କରେ, ଅଗ୍ନିରେ
ଅବା ଜଳରେ 
ନିକ୍ଷେପ କରିବ ତ କର
ଏଥିରେ ମୋର 
ଦୁଃଖ ବା ଅନୁଶୋଚନା 
ଅବା ଭୟଭୀତ ହେବାର ନୁହେଁ 
କିମ୍ବା ସ୍ୱର୍ଗ ଅବା ମର୍ତ୍ତ୍ୟରେ 
ସିଂହାସନର ପ୍ରଲୋଭନ 
ଦେବ ତ ଦିଅ, 
ଏଥିରେ ମୁଁ ଆନନ୍ଦିତ ନା 
ଉଲ୍ଲସିତ ହେବାର ନାହିଁ 
ଅବା ତୁମ କଥାରେ 
ଭଳି ଯିବାର ମୁଁ ନୁହେଁ। 
ମନେରଖ ହେ କୌରବ ବୀର,
କର୍ମକୁ ପାଥେୟ କରି 
ଅଞାନକୁ ଦୂର କରି 
ଞାନ ବଳରେ ସୁପ୍ତ ଚେତନାକୁ 
ଜାଗ୍ରତ କରାଇ ଧ୍ୱଂସ କରିବି ତୋ 
ସବଂଶେ କୌରବ କୁଳ 
ଏହା ହିଁ ମୋର ବଜ୍ର ଶପଥ। 
                   
ସଂପାଦକ-ସଂଯୋଗୀ ସଜଫୁଲ 
ଘଟଗାଁ, କେନ୍ଦୁଝର -୨୭

Post a Comment

0Comments
Post a Comment (0)