
ଜୟ ମା ଭାରତୀ ନମୋଃ ଜ୍ଞାନଦାତ୍ରି
ଶୁଭ୍ରବସ୍ତ୍ରା ବୀଣାପାଣି
ମରାଳ ବାହିନୀ ପୁସ୍ତକ ଧାରିଣୀ
ବାକ୍ୟଦେବୀ ନାରାୟଣୀ....
ବ୍ରହ୍ମାଙ୍କ ନନ୍ଦିନୀ ବିଷ୍ଣୁ ପାଟରାଣୀ
ସିଦ୍ଧିଦାତ୍ରି ଭଗବତୀ
ଭୂବନ ମୋହିନୀ ଅଜ୍ଞାନ ନାଶିନୀ
ନମୋମାତା ସରସ୍ବତୀ....
ପାଦେ ମଥାପାତି ଜଣାଏ ପ୍ରଣତୀ
ଭକତି ନୈବେଦ୍ୟ ଦେଇ
ଜଣାନାହିଁ ସ୍ତୁତି ରାଗ କି ରାଗିଣୀ
କଣ୍ଠେବସ ମହାମାୟୀ.....
ଆଶିଷର ଆଶେ ଶରଣ ସନ୍ତୋଷେ
କିଞ୍ଚିତ ସହାୟ ହୁଅ
କୃପାବାରି ଢାଳି ଅଜ୍ଞାନତା ଜାଳି
ଅଧମେ ଶରଣ ଦିଅ......
ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ, ତିରିଡା, ଗଞ୍ଜାମ
