
ମୁଁ କବି ଟିଏ ନୁହେଁ ଯେ
ଶବ୍ଦ ସବୁ ଖଞ୍ଜି
ଲେଖି ଦେବି କବିତା
ତୁମେ କହିବ
ବଢିଆ...ବଢିଆ....ବଢିଆ
ମୁଁ ଶିଳ୍ପୀ ଟିଏ ନୁହେଁ ଯେ
ଗଢି ଦେବି ପ୍ରତିମୂର୍ତ୍ତି ଟିଏ
ଆଉଁସି ଦେଇ କହିବ
ବାଃ...ବାଃ...ବାଃ....
ମୁଁ ଚିତ୍ରକାର ବି ନୁହେଁ
ନହେଲେ...ତୁମ
ଏମିତି ଚିତ୍ର ଟିଏ
ଆଙ୍କି ଦେଇଥାନ୍ତି ଯେ
ତୁମେ ଦେଖି କହିଥାନ୍ତ
ଚମତ୍କାର...ଚମତ୍କାର...ଚମତ୍କାର
ମୁଁ ସୁରକାର ନୁହେଁ
ନହେଲେ...
ଏମିତି ବାଛି ଧୂନ୍ ଟିଏ
ବନେଇ ଥାନ୍ତି ଯେ
ତୁମେ ଶୁଣି କହିଥାନ୍ତ
ସାବାସ୍....ସାବାସ୍....ସାବାସ୍
ମୁଁ କଳାକାର ଟିଏ ବି
ନୁହେଁ ବୋଲି ତ....
ପାରୁନି ମିଛ ପ୍ରଶଂସା କି
ଅଭିନୟ କରି
ମୁଁ କହେ ହୃଦୟ ଭାଷା
ତୁମେ ଭାବି ବସ
ମିଛୁଆ...ମିଛୁଆ....ମିଛୁଆ
ହଁ ମାନୁଛି
ମୁଁ ପ୍ରେମିକ ଟିଏ...
ତୁମକୁ ଜୀବନ ଦେଇ ଭଲ ପାଏ
ମାନ କି ନମାନ
ହୃଦୟରେ ଲେଖିଦେଇଛି
ତୁମେ ତ ମୋର
ପ୍ରିୟତମା ...ପ୍ରିୟତମା....ପ୍ରିୟତମା
ଏମିତି ଦିନେ
ଅଠର ଆସିଥିଲା
ଆଜି ଯିବାକୁ ବସିଛି
ହେଲେ ମୁଁ....ଠିକ୍ ସେମିତି
ଅଛି ଆଉ ରହିବି
ସାରା ଜୀବନ ତୁମ ବାଟ ଚାହିଁ
କହି ପାର ମୁଁ ଗୋଟେ
ପାଗଳ ...ପାଗଳ ...ପାଗଳ
ଗୋପାଳ ଚନ୍ଦ୍ର ସାଓ
ଦେଉଳି, ମୟୂରଭଞ୍ଜ
