
ଏ ଇଛା ମୋର ?
ଅବୁଝା ମନ ମୋର....
ଅବୁଝା ମୋ ଅନ୍ତର....
ଅବୁଝା ହୃତସ୍ପନ୍ଦନ ମୋର..
ଓ ନିସ୍ଵ, ଅବସ ମୋ ସମଗ୍ର ଶରୀର,
ତୋ ନାଆଁ ପଡ଼ିଗଲେ ଲାଗେ ମୋତେ
ତୁ ହିଁ ସବୁକିଛି ଏ ଚଉଦ ବ୍ରହ୍ମାଣ୍ଡର l
ଭୁଲିଯାଏ ନିଜକୁ,
ଭୁଲିଯାଏ କାଳବେଳ ଓ ଏ ପରିଣତି ବୟସ,
ଆଉ ଭୁଲି ମୋ ଉପସ୍ଥିତି, ପରିସ୍ଥିତି
ଓ ସମଗ୍ର ନିଜସ୍ବ
କେବଳ ଖୋଜିବୁଲେ ତୋତେ
ମୋ ମଧ୍ୟେ ଅଜାଡ଼ି ଦେବାକୁ
ସବୁ ମୋର ମୂଲ୍ୟବାନ ସ୍ନେହତକ l
ପୂର୍ଣ୍ଣଚନ୍ଦ୍ର ଭୂୟାଁ
ପର୍ଦାର୍ଥ ବିଜ୍ଞାନ ଶିକ୍ଷକ, ବ୍ରହ୍ମପୁର, ଗଞ୍ଜାମ
