ବହି - ସନ୍ତୋଷ ପଟ୍ଟନାୟକ

0

ପରପିଢି ପାଇଁ  ଜ୍ଞାନ ଗନ୍ତାଘର 
    ସାଇତା ମାଧ୍ୟମ ବହି 
ଶିକ୍ଷା ସାଧନାକୁ ସାଧିବା ପାଇଁକି 
    ଉପଯୁକ୍ତ ଅଟେ ଏହି....

ପୁରୁବ କାଳରେ ରହିଥିଲା ଇଏ
    ତାଳପତ୍ର ଦେହ ଧରି 
ପରବର୍ତ୍ତୀ କାଳେ କାଗଜେ ତିଆରି 
    ମଣିଷର ମିତପରି....

ଇତିହାସ ସାଥେ ଭୌଗଳିକ ସ୍ଥିତି 
   ସବୁ ତା ଛାତିରେ ଲେଖା
ଗଳ୍ପ ଓ କବିତା ନାଟକ ରଚନା 
  ଦେଇଥାଏ ପୁଳେ ମଜା...

ଯୁଗ ବଦଳୁଛି ରୁଚି ବଦଳୁଚି 
    ଆଜି ବଦଳିଚି ବହି
କାଗଜ ଜାଗାରେ ଇ ବୁଉକୁ କୁ 
    ପଢୁଅଛୁ ସବୁ ଯାଇ....

ଇ ପତ୍ରିକା ଅବା  ଇ ବୁଉକୁ  ହଉ 
  ଯାହାବି ହେଲେସେ ବହି
ଯୁଗେ ଯୁଗେ ସିଏ ଆମରି ସାଥିରେ 
    ଥିବ ଆମ ସଖା ହୋଇ....

ସନ୍ତୋଷ ପଟ୍ଟନାୟକ
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ

Post a Comment

0Comments
Post a Comment (0)