
ଲୁଚନାହିଁ ତମେ ଶୀତ
ତୁମରି ସ୍ମୃତିରେ ଦହନ ଏମନ
ଦେଖିଯାଅ ଥରେ ମିତ....
କୁହୁଡ଼ି ଚାଦର ଟାଣି
ହୃଦୟେ ଜଗାଇ ଅସୀମିତ ଖୁସି
ଲୁଚନାହିଁ ଜାଣିଶୁଣି....
ଗୋଧୂଳି ଛୁଇଁଲା ପରେ
ଗୁପତ କଥାକୁ ଯତନେ ରଖିଛି
ଶୁଣିଯାଅ ଆସି ଧୀରେ....
ଖୋଜେମୁଁ ହଜିଲା ଦିନ
ଘାସ ଗାଲିଚାର ବିନ୍ଦୁ ବିନ୍ଦୁ ମୋତି
ଅଲିଭା ତୋ ପାଦ ଚିହ୍ନ....
କାହାକୁ ଦେବି ଉପମା
ତୁମ ରୂପ ଦେଖି ଲାଖିଯାଏ ଆଖି
ବୁଝିପାରୁ ନାହିଁ ଜମା....
ଜହ୍ନର ଜୋଛନା କୋଳେ
ତୁମ କଥା ଭାବି ଲେଖେ ମୁଁ କବିତା
ନିଶିଥରେ ଲୁହ ଢ଼ାଳେ....
ପବିତ୍ର କୁମାର ନାୟକ
କେଲୁଆପଲ୍ଲୀ, ଗଞ୍ଜାମ
