ସାରିପୁତ୍ତ ଫେରିଆସୁଛି - ଲକ୍ଷ୍ମୀନାରାୟଣ ପଟ୍ଟନାୟୟକ

0
ଲୁମ୍ବିନୀ ଆମ୍ର କୁଞ୍ଜନରୁ
ଭାସିଆସୁଥିଲା ସେଦିନ
ଭକ୍ତି, ସୁର, ଲୟର ତାଳେ ତାଳେ....,
ବୁଦ୍ଧମ ଶରଣମ ଗଚ୍ଛାମି....
ସଙ୍ଘମ ଶରଣମ ଗଚ୍ଛାମି....
ଧର୍ମମ ଶରଣମ ଗଚ୍ଛାମି....
ଦୀର୍ଘ ପ୍ରତୀକ୍ଷାର
ପ୍ରତିକ୍ଷିତ ବେଦନାକ୍ତ ଦିନ ଗୁଡାକ
ଧୀରେ ଧୀରେ ଅପସରି ଯାଉଥିଲା
ମିଳନର ଆଶୁ ସମ୍ଭାବନାରେ...... ॥

ସାରିପୁତ୍ତ ଫେରିଆସୁଛି...
କେତେ ନାଆଁ..
କେତେ ପ୍ରଶଂସା ନେଇ,
ଆତ୍ମହରା ହୋଇଉଠୁଛି
ମାଆର ସ୍ପନ୍ଦିତ ଶରୀର...,
ସୁନାନାକୀ ବୋହୁ ପରସାର ସ୍ଵପ୍ନରେ
ବିଭୋର ହୋଇ ଉଠୁ ଉଠୁ
ବୁଦ୍ଧବାଣୀର ତୀବ୍ର ପ୍ରତିଧ୍ଵନିରେ
ଉନ୍ମୁକ୍ତ ହୋଇ ଉଠୁଛି
ହତାଶାର ରୁଦ୍ଧଦ୍ଵାର.... ॥

ଚିର ବିଦାୟ ନେଇ
ଫେରିଯାଉଥିଲେ ବୌଦ୍ଧଭିକ୍ଷୁ,
ନିରାଶାର ବହ୍ନିରେ ପୋଡି ଯାଉଥିଲା
ସାରି ଜୀବନର ସବୁତକ ଉତ୍ତର ଦିନ....,
ନେପଥ୍ୟରୁ ଶୁଭୁଥିଲା
ବୁଦ୍ଧବାଣୀର ଆତଙ୍କିତ ଗାନ....,
ଆଉ ପୃଥିବୀର ଛାତିରେ
ସୃଷ୍ଟି କରି ଚାଲିଥିଲା
ପୁତ୍ର ବିଚ୍ଛେଦର ଅସହ୍ୟ କମ୍ପନ.... ॥

(କବିତାଟିରେ କିଛି ବନାନଗତ ତ୍ରୁଟି ରହିଛି, ସୁଧାରି ପଢିବାକୁ ବିନମ୍ର ନିବେଦନ)

ଲକ୍ଷ୍ମୀନାରାୟଣ ପଟ୍ଟନାୟୟକ
ମଙ୍ଗଳାଯୋଡି, ଖୋରଧା, ଓଡିଶା
ଦୂରଭାଷ – ୯୮୬୧୬୧୬୧୨୬

Post a Comment

0Comments
Post a Comment (0)