କାରଣ ପାଉନି ଖୋଜି - ପ୍ରକାଶ କୁମାର ଚାନ୍ଦ

0

ସକାଳେ ଥିଲୁ ତୁ ମୋ ଦେହର ଛାଇ
ସଂଜକୁ ଗଲୁ ତୁ ହଜି
ଏମିତି କେମିତି ହୋଇଗଲା ସାଥୀ
କାରଣ ପାଉନି ଖୋଜି  ।

ଭଲପାଇ ମତେ ଅତି ସହଜରେ
ଦେଇ ଚାଲିଗଲୁ ଧୋକା
ସବୁ ଥାଇ କାହିଁ ଆଜି ଏ ଜୀବନ
ଲାଗେ ଭାରି ଏକା ଏକା
ଏମିତି ଜାଗାରେ ଆଣି ଛିଡା କଲୁ
ପାଉନାହିଁ ବାଟ ଖୋଜି
ଏମିତି କେମିତି ହୋଇଗଲା ସାଥୀ
କାରଣ ପାଉନି ଖୋଜି     ।।

ଆଖି ତଳେ ନିଦ ନିଦରେ ସପନ
ସପନରେ  ଥିଲୁ  ତୁ
ଜାଳି ଦେଲୁ କାହିଁ ସେଇ ସପନକୁ
ପାରିଲିନି ବୁଝି ମୁଁ
ଜାଳିବାକୁ ତତେ ଭଲ ଲାଗେ ବୋଲି
ଜାଳ କଲୁ ମତେ ଆଜି
ଏମିତି କେମିତି ହୋଇଗଲା ସାଥୀ
କାରଣ ପାଉନି ଖୋଜି     ।।

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ

Post a Comment

0Comments
Post a Comment (0)