ଅବୁଝା - ଡକ୍ଟର ନୀଳମାଧବ କର

0
ବୟସ ବଢିଲେଣି ବୋଲି
ସେମାନେ କହିବା ପରେ
ବୁଝି ଅବୁଝା ହେବାକୁ
ଡରମାଡ଼େ ଏବେ
ନିହାତି ଅବୁଝା ହେବାର ବେଳ
ତ ରହିଲାଣି ଅନେକ ପଛରେ

ବରଂ ଏବେ
ଅବୁଝା ମନକୁ
'ସବୁ ବୁଝିଛି ବୋଲି'
ବୁଝେଇବାକୁ ପଡେ
ନିରୋଳାରେ

'ବୁଝିଛି' ବୋଲି କହିବାକୁ
ଜିଭ ଲେଉଟେନି ସତ
କିନ୍ତୁ
ମୁଣ୍ଡ ଟୁଙ୍ଗାରି ହୁଏ, ଅନ୍ତତଃ
ବୁଝିଗଲା ପରି

ତମେ ବି ଅଧିକା କଣ
ଆଶା କରୁଥିବ
'ମୋ ବୁଝିଯିବା ଛଡା'
ଏ ବୟସରେ !

ନୀଳମାଧବ କର
ଓଲଭରହାମ୍ପଟନ, ୟୁକେ

Post a Comment

0Comments
Post a Comment (0)