॥ ନିଜ ଲୋକ ॥

ପ୍ରତ୍ୟେକ ସକାଳର ଖରା
କିଛି ସ୍ମୃତି କୁ ଦିଏ ଧରା
ପ୍ରତ୍ୟେକ ଫୁଲର ମହକ
କିଛି ବି ଜଗାଏ କୁହୁକ
ଜୀବନ ଥାଉ ଯେତେ ବ୍ୟସ୍ତ
ନିଜ ଲୋକ ହୁଅନ୍ତିନି ଅସ୍ତ |

॥ ଇଚ୍ଛା ॥

ନାହିଁ ଆମର କିଛିବି ଇଚ୍ଛା
ସବୁ ସେହି ଜଣଂକର ଇଚ୍ଛା
ଯାହାର କିଛି ମୂଲ୍ୟ ଅଛି |
ମନା ନାହିଁ କରିବାକୁ ଇଚ୍ଛା
ପୂର୍ଣ୍ଣ ହେବ ଜଣଂକର ଇଚ୍ଛା
ଭାଗ୍ୟ ଠାରୁ ଅଧିକା କିଛି
ସମୟ ପୂର୍ବରୁ ମିଳେନି କିଛି |

ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧, ମୋ - ୯୯୩୭୨୬୮୦୧୨