ଛପନ ଭୋଗୀ ଠାକୁର ପ୍ରଭୁ ଜଗନ୍ନାଥ
ଛତିଶାନିଯୋଗ ସଦା ସେବିବାରେ ବ୍ୟସ୍ତ ।
ଛାଚି ଲୋଡା ଯାଇଥାଏ ଅଧର ପଣାରେ
ଛାତ ଦେଇ ଋଣୀ କର ବାସହରା ଭଲେ ।
ଛିଣ୍ଡା ଲୁଗା ପିନ୍ଧୁଛନ୍ତି ତୁମ ଯେତେ ପିଲା
ଛିଟ ବସ୍ତ୍ରେ ଲଜ୍ଜା ନିବାରଣ କର ଭଲା ।
ଛୁଆଁଅଛୁଆଁ ଭେଦଟା ନଥାଏ ତୁମର
ଛୁଆମାନଙ୍କୁ କୋଳାଅ କାଳିଆ ଠାକୁର ।
ଛେନାନବାତ ନହେଲେ ପେଟ ପୁରେନାହିଁ
ଛେରାପହଁରା ନହେଲେ ରଥ ଗଡେନାହିଁ ।
ଛୋଟବଡ ଭେଦଭାବ କାହାକୁ ନଦିଅ
ଛୋଟା, କାଲା, ଅନ୍ଧ ସବୁ ପ୍ରଥମେ କୋଳାଅ ।

(ଟୀକା= ଛପନଭୋଗୀ-ଯେ ଛପନ ପ୍ରକାର ଭୋଗ ଖାଏ,  ଛତିଶା ନିଯୋଗ-ଜଗନ୍ନାଥଙ୍କର ୩୬ ପ୍ରକାର ସେବାୟତ,  ଛାଚି-ନବାତ)

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଶ୍ରୀକ୍ଷେତ୍ର ବିହାର, ଆଇଗିଣିଆ,
ଭୁବନେଶ୍ଵର, ଦୂରଭାଷ - ୯୪୩୭୦୮୧୩୩୩