ନବକଳେବର ହୋଇଲା ଠାକୁର
ବିଶ୍ବେ ଦେଖୁଥିଲେ ଜନ,
ସେ ବିଶ୍ବ କରତା ନାହିଁ ମୋ ଭରସା
ଶ୍ରୀଚରଣେ ରହୁ ମନ ।

କାଳିଆ ସାଆନ୍ତ ଅପୂର୍ବ ମହୀମା
କରିପାରିବିନି ପୂଜା,
ଏ ମୂର୍ଖ ପତିତ କାନ୍ଦେ କଇଁ କଇଁ
ଦେଖୁଥାଅ ସବୁ ମଜା ।

ତୁମେ ବ୍ରହ୍ମା ବିଷ୍ଣୁ ପ୍ରଭୁ ଅର୍ନ୍ତଯାମୀ
ନରକ ସମାନ ଜୀବ,
କଳକୀ ର ରୂପ ନିଅହେ ଠାକୁର
ବୁଡିଯାଉ ସର୍ବ ନାବ ।

କି କାରଣେ ତୁମେ ଦେବ ଦରଶନ
ଆତଙ୍କିତ ସୃଷ୍ଟିବାସୀ,
ପ୍ରଣତି କରିବେ ମୁଣ୍ଡ ବାଡେଇବେ
ନ ଲାଗୁ ତୁମର ରଶି ।

ସୃଷ୍ଟିର ସର୍ଜନା ଅଟଇ ବିଚିତ୍ର
ଦାରୁଣ କଷଣ ମତି,
ଅଭାଗା ମରିବେ ବିଦଗ୍ଧ ଚିନ୍ତିବେ
ନଆସୁ କାହାରି ଭକ୍ତି ।

କେଉଁ ବଡପଣେ ଉଡାଉଛ ବାନା
ନଦିଶୁ କାହାକୁ ଦିଗ,
ଭାସିଯାଉଥିବେ ପ୍ରଖର ସ୍ରୋତରେ
ଛାଡିଦିଅ ପ୍ରଭୁ ନାବ ।

ତୁମରି ଆଶିଷ ପଡୁନାହିଁ କାନେ
ଖୋଲିଦିଅ ଚଉବାହା,
ପାପି କୁ ପାପର କର୍ମ ଯେ ବୁଝାଅ
ନମିଳୁ କାହାକୁ ରାହା ।

ବିଶ୍ବବାସୀ ଦେଖି ହେବେ ହତବାକ
ନୀଳକନ୍ଦରର ସ୍ଥିତି,
ସାଧୁ ଓ ସନ୍ୟାସୀ ତପସ୍ୟା ଭୁଲିବେ
ଜଗନ୍ନାଥ ଦେବେ ମୁକ୍ତି ।

ଯୋଡା ଆଷାଢରେ ନବଦେହ ଧର
ନବକଳେବର ପାଇଁ,
ଲକ୍ଷେକ ଭକତ ଅଶ୍ରୁ ନିଗାଡିଲେ
କି ଯଶ ଲଭିବା ପାଇଁ ।

ମାନସ ରଞ୍ଜନ ପଟ୍ଟନାୟକ
ସାକ୍ଷିଗୋପାଳ, ପୁରୀ