କଳା ଓ ଧଳା ରଙ୍ଗ ମିଶା
ଦୁଇ ଆଖି ଆଉ ତା' ଉପରେ
ଇନ୍ଦ୍ରଧନୁ ପରି ଦୁଇ ଭ୍ରୃଲତା ।।
ମଣିଷର ସବୁ ଅବୟବ ଭିତରେ
ବୋଧହୁଏ,ଅତି ସୁନ୍ଦର
ଆଉ ମନୋରମା ଦିଶୁଥାଏ
ସବୁବେଳେ ଏଇ ଦୁଇଆଖିଯୋଡା ।।
ଓଠକୁହା କଥା ଆଖି ନ ଦେଖିଲା ଯାଏ
ଗୁରୁବଚନ ସତ ହୁଏନି ବୋଲି
ଶିଖେଇଥା'ନ୍ତି ପିଲାବେଳୁ,ଅବଧାନେ ।।
ଆଉ ଆଖିର ଈସାରାରେ
ମଝିରେ ମଝିରେ ଚହଲିଯାଏ ମନ ।।
ସେଇ ମନ ଅଣାୟତ୍ତ ହେବା ପୂର୍ବରୁ
ସବୁ ଆବେଗକୁ ଆଖି ଯୋଡା
ସଂପାଦି ନିଅନ୍ତି,ଅତି ସନ୍ତର୍ପଣରେ ।।
ଏଇ ଆଖି ପୁଣି କହି ଦିଅନ୍ତି
ସବୁ ମଣିଷଙ୍କର ଅନ୍ତର କଥା ।।
ଅନ୍ତର ଭିତରେ ଛପିଥିବା ଯେତେ ସବୁ
କ୍ଷେଦ,ଦୁଃଖ ଭଳି କାଳିମାକୁ
ଆଖି ଧୋଇଦିଏ ତା' ଲୁହରେ
ଯୁଗ ଯୋଗାନ୍ତରୁ ଥିବା ଯନ୍ତ୍ରଣାକୁ ।।

Writer's Details: Pabitra Das
At-Haridaspur, Po-nuapada, Via-marshaghai
Dist-kendrapada, Pin-754213
Content Category:
Submission Date: Jul 05, 2019