ବିଘ୍ନନାଶନ ହେ ଗଣପତି ଗଣେଶ୍ୱର,
ତବ ପଦତଳେ ପ୍ରଣତି ଜଣାଏଭବଭୟ ଦୂର କର ॥୦॥
ବିଘ୍ନନାଶନ ହେ
ସିନ୍ଦୂର ମଣ୍ଡିତ ଗଣ୍ଡଯୁଗ ସ୍ଥଳ
ଆହେ ପ୍ରଭୁ ଗଜାନନ,
ବିଘ୍ନ ବିନାଶିଲ ତପସ୍ୱିନୀ ସତୀ
ପାର୍ବତୀ ପ୍ରିୟ ନନ୍ଦନ ॥୧॥
ବିଘ୍ନନାଶନ ହେ
କାର୍ତ୍ତିକେୟାନୁଜ ଦେବ ଅଗ୍ରପୂଜ୍ୟ
ଶରୀର ତପ୍ତ କାଞ୍ଚନ,
ଦେବଦେବ ପୁତ୍ର ବନ୍ଦନା ସର୍ବତ୍ର
ଗାଉଛନ୍ତି ଜନଗଣ ॥୨॥
ବିଘ୍ନନାଶନ ହେ
ହେ ମାନସସୁତ ଆବିର୍ଭାବ ତବ
ଉଦ୍ଦଣ୍ଡ ଦଣ୍ଡ ଖଣ୍ଡନ,
ଆହେ ଜ୍ଞାନରୂପ ସର୍ବକାର୍ଯ୍ୟାରମ୍ଭେ
ତୁମ୍ଭର କରେ ପୂଜନ ॥୩॥
ବିଘ୍ନନାଶନ ହେ
ବନ୍ଦେ ଲମ୍ବୋଦର ଶ୍ରୀମୁଖ ସୁନ୍ଦର
ସାରା ଚଉଦଭୁବନ,
ହୋଇ ମହାକାୟ ଘୂରି ଆସିଥିଲ
ବସି ଇନ୍ଦୁରବାହନ ॥୪॥
ବିଘ୍ନନାଶନ ହେ
ଅଙ୍କୁଶ ଓ ପାଶ ତୁମ୍ଭର ଆୟୂଧ
କର ତ୍ରିତାପ ନାଶନ,
ରତନ ମୁକୁଟ ଅରବିନ୍ଦ ହସ୍ତ
ଅଭୟବର ପ୍ରଦାନ ॥୫॥
ବିଘ୍ନନାଶନ ହେ
Writer's Details: ଶ୍ରୀ ରଙ୍ଗନାଥ ରଥ
Content Category:
Submission Date: Jul 03, 2019

