ରଥଯାତରା - ଲଳିତା ଜେନା

0
ମେଘ ବରଷିଲା ଟୁପୁରୁ ଟୁପୁରୁ
ଆଷାଢ଼ ଆସିଲା ଭାଇ
ଜଗା ବାହାରିଛି ନନ୍ଦିଘୋଷ ରଥେ
ବଡ଼ଡାଣ୍ଡ ଦୁଲୁକାଇ ।।
ଧୀରେ ଧୀରେ ରଥ ଟଣା ହେଉଥିବ
ଭକତେ ଥିବେ ତ ଘେରି
ଡାହୁକ ଭାଇଟି ଗୀତ ଗାଉଥିବ
ବେତଟି ହାତରେ ଧରି ‌।।
କେଡ଼େ ଶରଧାରେ ମାଉସୀ ମା' ତାର
କରିଅଛି ପୋଡ଼ପିଠା
ଭାଇ ଓ ଭଉଣୀ ଆନନ୍ଦେ ଭୁଞ୍ଜିବେ
ତାଙ୍କ ପିଠା ବଡ଼ ମିଠା ।।
ଏକାଦଶୀ ଦିନ ସୁନାବେଶ ଦେଖି
ସଭି ଏଁ ହୋଇବେ ବାଇ
ଦ୍ଵାଦଶୀରେ ରତ୍ନ ମଣ୍ଡପରେ ବସି
ଦରଶନ ଦେବେ ସାଇଁ ।।‌
‌‍‌ଲକ୍ଷ୍ମୀ ସାଆନ୍ତାଣୀ ଗୁମାନ ଭାଙ୍ଗିବେ
କାଳିଆକୁ ପାଖେ ପାଇ
ବରଷକ ପରେ ପୁଣି ବାହାରିବେ
ଭାଇ ଭଉଣୀଙ୍କୁ ନେଇ ।।

Post a Comment

0Comments
Post a Comment (0)